ଦୁନିଆକୁ ମାଡ଼ି ଆସୁଛି କି ମାନ୍ଦାବସ୍ଥା ? ସତର୍କ କରାଇ ଦେଲେ Rich Dad Poor Dad ଲେଖକ

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ: ଦୁନିଆକୁ ମାଡ଼ି ଆସୁଛି ପୁଣି ଏକ ମହାବିପତ୍ତି । ମାନ୍ଦାବସ୍ଥାରେ କବଳିତ ହେବାକୁ ଯାଉଛି ବିଶ୍ୱ ଅର୍ଥନୀତି । ପ୍ରସିଦ୍ଧ ପୁସ୍ତକ ରିଚ୍ ଡାଡ୍ ପୁର୍ ଡାଡ୍ ଲେଖକ ରବର୍ଟ କିୟୋସାକି ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ୭୮ ବର୍ଷୀୟ କିୟୋସାକି ଲେଖିଛନ୍ତି ଯେ ବେରୋଜଗାରୀ ଭୟ ସାରା ଦୁନିଆରେ ଭାଇରସ୍ ପରି ବ୍ୟାପିବାରେ ଲାଗିଛି । 

ସେ ନିଜ ପୁରୁଣା ପୁସ୍ତକ ‘ରିଚ୍ ଡାଡ୍ସ ପ୍ରୋଫେସି’ କଥା ଉଲ୍ଲେଖ କରି କହିଛନ୍ତି ଯେ ସେ ପୂର୍ବରୁ ଗୋଟିଏ ଗୋଟିଏ ଗ୍ରେଟ୍ ଡ୍ରିପେସନ୍‌ର ଆଶଂକା ପ୍ରକାଶ କରିସାରିଛନ୍ତି । କେବେ ତାଙ୍କର ଭବିଷ୍ୟବାଣୀ ଭୁଲ ହେଉ ବୋଲି ସେ ଆଶା କରିଛନ୍ତି । ନିଜ ପୋଷ୍ଟରେ ସେ ନିବେଶକଙ୍କୁ ପରାମର୍ଶ ଦେଇଛନ୍ତି ଯେ ଯଦି ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ହ୍ରାସ ଘଟେ, ତେବେ ଭୟଭୀତ ହେବା ପରିବର୍ତ୍ତେ ଏହାକୁ ଅବସର ରୂପେ ଦେଖନ୍ତୁ ।

କିୟୋସାକି ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଯଦି ମୋର ଭବିଷ୍ୟବାଣୀ ସତ୍ୟ ହୁଏ ଏବଂ ବିଶ୍ୱ ଅର୍ଥନୀତି ଭୁଶୁଡ଼ି ପଡ଼େ, ତେବେ ମନେରଖନ୍ତୁ ଯେ ଯେଉଁମାନେ ପ୍ରସ୍ତୁତ ଅଛନ୍ତି ସେମାନଙ୍କ ପାଇଁ ଏକ ସଙ୍କଟ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ଯେଉଁମାନେ ପୂର୍ବରୁ ପ୍ରସ୍ତୁତ ଅଛନ୍ତି ସେମାନେ ଭଲ କରିପାରିବେ।"

ସେ ୨୦୦୮ ମସିହାର ବିଶ୍ୱ ଆର୍ଥିକ ସଙ୍କଟର ଉଦାହରଣ ଦେଇଛନ୍ତି । ଯେତେବେଳେ ଏହି ସ୍ଥିତିକୁ ବପଦ ବଦଳରେ ଶିଖିବା ଏବଂ ଟଙ୍କା ରୋଜଗାରର ସୁଯୋଗରେ ପରିଣତ କରିଥିଲେ । ସେ କହିଛନ୍ତି ଯେ ସଙ୍କଟ ସମୟରେ, 'ପ୍ରକୃତ ସମ୍ପତ୍ତି' ବଜାରରେ ଶସ୍ତା ମୂଲ୍ୟରେ ଉପଲବ୍ଧ ହୁଏ । ବିଶିଷ୍ଟ ନିବେଶକ ୱାରେନ୍ ବଫେଟ୍‌ଙ୍କ କଥା ଉଲ୍ଲେଖ କରି କିୟୋକାସି କହିଛନ୍ତି ଯେ ସଂକଟ ବେଳେ ସତର୍କ ସହ ନିବେଶ କରିବା ଦରକାର । ୨୦୦୪ରେ ପ୍ରକାଶିତ ତାଙ୍କ ପୁସ୍ତକ ବି ବଜାରର ସ୍ଥିତି ଉପରେ ଉଲ୍ଲେଖ ଥିଲା ।

ସାରା ବିଶ୍ୱରେ ଧନୀ ଲୋକମାନେ ଧୀରେ ଧୀରେ ଦାରିଦ୍ର୍ୟ ଆଡକୁ ମୁହାଁଇଛନ୍ତି ବୋଲି ପୂର୍ବରୁ ରବର୍ଟ କିୟୋସାକି କହିଥିଲେ । ଏଥିପାଇଁ ସେ ପ୍ରସିଦ୍ଧ ବ୍ରାଣ୍ଡ ମ୍ୟାକଡୋନାଲ୍ଡସ୍ ଏବଂ ବର୍ଗର କିଙ୍ଗ୍ ମାଲିକଙ୍କ ଉଦାହରଣ ଦେଇଥିଲେ, ଯାହାଙ୍କ ସମ୍ପତ୍ତି ଧୀରେ ଧୀରେ ହ୍ରାସ ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.