ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କ ଜୀବନ ପ୍ରତି ବିପଦ, ତୁରନ୍ତ ସହାୟତା ପାଇଁ କଲେ ଗୁହାରୀ

NEWS7
robert-badra-land-deal-case-questioning-by-ed-shikopur-land-deal-case

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କ ଜୀବନ ପ୍ରତି ବିପଦ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଜଣାଇବା ସହ ପ୍ରଶାସନଠାରୁ ତୁରନ୍ତ ସାହାଯ୍ୟ ଲୋଡ଼ିଛନ୍ତି। ଭିଡିଓରେ ଗୁଲୁଆ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ତାଙ୍କୁ ଧମକ ଦେଉଛନ୍ତି। ପ୍ରଥମେ କୋଟିଏ ଟଙ୍କା ମାଗିଥିଲେ ଏବେ ୫୦ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଟଙ୍କା ନଦେଲେ ହତ୍ୟା କରିଦେବେ କିମ୍ବା ବାଡ଼େଇ ବାଡ଼େଇ ଦିବ୍ୟାଙ୍ଗ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।

ତାଙ୍କୁ ସୋସିଆଲ ମିଡିଆରେ ବଦନାମ କରିବେ, ମିଥ୍ୟା ମାମଲାରେ ଫସାଇଦେବେ ଏବଂ ତାଙ୍କୁ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ପୂର୍ବରୁ ବାଲିଅନ୍ତା ପୋଲିସ ଷ୍ଟେସନକୁ ସେ ଯାଇଥିଲେ କିନ୍ତୁ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଧମକ ଦେଉଥିବା ଲୋକଙ୍କର ପୋଲିସ ସହିତ ସମ୍ପର୍କ ଥିବା ସେ ଅନୁଭବ କରିବାରୁ ସେ ଫେରି ଆସିଥିଲେ। ଭୟ ଏବଂ ଅସୁରକ୍ଷା ଯୋଗୁଁ ସେ ଆଉ ପୋଲିସ ଷ୍ଟେସନକୁ ଯିବା ପାଇଁ ସୁରକ୍ଷିତ ମଣୁ ନାହାଁନ୍ତି।

ଗୁଲୁଆ କହିଛନ୍ତି ଯେ ତାଙ୍କ ସୁରକ୍ଷା ପାଇଁ ସେ ଏକ ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। କେବଳ ତାଙ୍କୁ ନୁହେଁ ବରଂ ତାଙ୍କ କର୍ମଚାରୀମାନଙ୍କୁ ଏପର୍ଯ୍ୟନ୍ତ ତିନିଥର ଧମକ ଦିଆଗଲାଣି। ଏକ ଭାବପ୍ରବଣ ଆବେଦନରେ, ଗୁଲୁଆ ପ୍ରଶାସନ, ଜନସାଧାରଣ ଏବଂ ଗଣମାଧ୍ୟମକୁ ଅପିଲ କରିଛନ୍ତି ମୋର ଭିଡିଓକୁ ହାଲୁକା ଭାବରେ ନେବେ ନାହିଁ। ହୁଏତ କାଲି ସକାଳ ମୁଁ ଦେଖିନପାରେ। ଯଦି ତାଙ୍କୁ ହତ୍ୟା କରାଯାଏ କିମ୍ବା ତାଙ୍କର କିଛି ଅସୁବିଧା ହୁଏ ତେବେ ସେହି ବ୍ୟକ୍ତିମାନେ ଦାୟୀ ହେବେ ବୋଲି ସେ ଦର୍ଶାଇଛନ୍ତି। ତେବେ କେଉଁମାନେ ଧମକ ଦେଇଛନ୍ତି ସେମାନଙ୍କ ନାମ ସେ ଏକ ପୃଥକ ଭିଡିଓରେ ଉଲ୍ଲେଖ କରିଥିବା ଦାବି କରିଛନ୍ତି।