ଭଦ୍ରକ ୧୧।୬: CRPF ଯବାନ ଓ ଓକିଲଙ୍କ ଘରୁ ଲୁଟ୍ । ଏକା ସଙ୍ଗେ ଉଭୟଙ୍କ ଘରୁ ଲୁଟ୍ ହୋଇଛି । ଛୁଟିରେ ଘରକୁ ଯାଇଥିବା ବେଳେ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଦୁଇଟି ଘରର ତାଲାକୁ ମାଷ୍ଟର କି’ରେ ଖୋଲି ଲୁଟ୍ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସମରାଇପୁର ସ୍ଥିତ ଆରଡ଼ି ଛକ କେନାଲ ରୋଡ୍ରୁ ଲୁଟ୍ ହୋଇଛି ।
ସୂଚନାଯୋଗ୍ୟ ଯେ, CRPF ଯବାନ ରଞ୍ଜନ ପଣ୍ଡା ନବରଙ୍ଗପୁରରେ କାର୍ଯ୍ୟରତ ଥିବାବେଳେ ପରିବାର ସମରାଇପୁରରେ ରହୁଥିଲେ । ସେହିପରି ଯାଜପୁର କୋର୍ଟର ଓକିଲ ସଞ୍ଜୟ ପ୍ରକାଶ ତ୍ରିପାଠୀ ମଧ୍ୟ ସମରାଇପୁରରେ ରହୁଥିଲେ । ଛୁଟି ଥିବାରୁ ଉଭୟ ପରିବାର ଲୋକେ ଛୁଟିରେ ନିଜ ନିଜ ଗାଁକୁ ଯାଇଥିଲେ । ସକାଳୁ ଦୁଇ ଜଣଙ୍କ ଘରର କବାଟ ଖୋଲା ଦେଖିବା ସହ ଘରେ କେହି ନଥିବା ଦେଖି ଘର ମାଲିକ ଉଭୟ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ଆସିବା ପରେ ଘରର ନଗଦ ଟଙ୍କା ନଥିବା ସହ ଅଳଙ୍କାରର ଖାଲି ବାକ୍ସ ଓ ବ୍ୟାଙ୍କ ପାସ୍ବୁକ୍ ଘର ବାହାରେ ପଡ଼ିଥିବା ଦେଖିଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିବ ବୋଲି ସୂଚନା ମିଳିଛି ।
You Can Read: