Live Live
LIVE

ବିଧାନସଭା ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ, ଆଇନ ଶୃଙ୍ଖଳା ସ୍ଥିତି ଏବଂ ମଣ୍ଡି ପ୍ରସଙ୍ଗରେ କମ୍ପିପାରେ ଗୃହ

NEWS7
road-blockade-against-suspension-of-classes-in-college-in-bhadrak

ଭୁବନେଶ୍ୱର ୦୯।୦୩ : ସୋମବାରଠୁ ଷୋଡ଼ଶ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ରହିବ । ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡିରୁ ଧାନ ଉଠିନପାରିବା ଓ ବେକାରୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ସାଜିବ । ଏନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ସରିଥିବା ଉଭୟ ଦଳର ବିଧାୟକମାନେ କହିଛନ୍ତି । ଯେମିତି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚାଷୀ ପ୍ରସଙ୍ଗରେ ଉତ୍ତେଜନାପୂର୍ଣ୍ଣ ରହିବା ସହ ରାଜ୍ୟପାଳଙ୍କ ଅଭିଭାଷଣ ପରଠୁ ହିଁ ଗୃହ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା ।

ଏ ଖବର ବି ପଢନ୍ତୁ:-କାର୍ ଅଟୋ ଧକ୍କାରେ ୪ ଗୁରୁତର, ନିଜ ଗାଡ଼ିରେ ଆହତଙ୍କୁ ମେଡିକାଲ ନେଲେ ବିଧାୟକ

ସେହିପରି ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୃହରେ ବିଜେଡି ଓ କଂଗ୍ରେସର ସରକାରଙ୍କୁ ବିରୋଧ ଆହୁରି ତୀବ୍ର ହେବ । ଉଭୟ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମିଳିତ ଭାବେ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଥିବାରୁ ବିଧାନସଭାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ବିଧାନସଭାରେ ବିଭିନ୍ନ କମିଟି ରିପୋର୍ଟ ଉପସ୍ଥାପନ କରିବେ । ଏହା ସହିତ ବଜେଟ ନେଇ ମଧ୍ୟ ଗୃହରେ ଆଲୋଚନା ହେବ । ସୋମବାର ଅପରାହ୍ନ ଅଧିବେଶନରେ ବିଧାନସଭାର ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ପ୍ରଦାନ କରିବେ । ପରେ ମଙ୍ଗଳବାରରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ବର୍ତ୍ତମାନ ବିରୋଧୀ ଏକାଠି ହେବାର ଆବଶ୍ୟକତା ଅଛି । ଡବଲ ଇଞ୍ଜିନ ଫେଲ୍ । ବିକାଶ ପ୍ରସଙ୍ଗରେ ବିରୋଧୀ ଏକାଠି ହେବାର ଆବଶ୍ୟକତା ଅଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାନସଭାରେ ଉଭୟ ଉଭୟଙ୍କ ପ୍ରସଙ୍ଗ ନେଇ ଲଢ଼ିବୁ । ବିଜେଡି ତା ପ୍ରସଙ୍ଗ ଓ କଂଗ୍ରେସ ତା ପ୍ରସଙ୍ଗରେ ଲଢ଼ିବ । ବିଜୁ ଜନତା ଦଳ ଲୋକଙ୍କ ପାଇଁ ବିଧାନସଭାରେ ଲଢ଼ିବ ବୋଲି ପ୍ରମିଳା କହିଛନ୍ତି ।

ଏ ଖବର ବି ପଢନ୍ତୁ:-ଜବରଦସ୍ତ ସ୍କିଲ, ଟିମ୍ ଓ୍ଵାର୍କର ବିଜୟ, ଚାମ୍ପିଅନ ଟିମ୍ ଇଣ୍ଡିଆକୁ ପିଏମ ମୋଦୀଙ୍କ ଶୁଭେଚ୍ଛା