ଶେଖ ହସିନାଙ୍କ ପରି ହେବ ଅବସ୍ଥା, ବାଂଲାଦେଶ ଛାଡ଼ି ପଳାଇବ; ମହମ୍ମଦ ୟୁନୁସଙ୍କ ଚେତାବନୀ ଦେଲେ ହାଦିଙ୍କ ଭାଇ

NEWS7
road-accident-nine-people-died-in-narayangaon-pune

ନୂଆଦିଲ୍ଲୀ: ବାଂଲାଦେଶରେ ଗତ ବର୍ଷ ଜୁଲାଇ ବିଦ୍ରୋହର ନେତା ଶରିଫ ଉସମାନ ହାଦିର ହତ୍ୟା ପରେ ସ୍ଥିତି ଖରାପ ହୋଇଛି । ଦେଶରେ ପୁଣି ଥରେ ହିଂସା ଆରମ୍ଭ ହୋଇଛି । ଏବେ ହାଦିର ଭାଇ ମହମ୍ମଦ ୟୁନୁସର ନେତୃତ୍ୱାଧୀନ ଅନ୍ତରୀଣ ସରକାର ଉପରେ ସଙ୍ଗୀନ ଅଭିଯୋଗ ଆଣି ବଡ଼ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ହତ୍ୟା ଶାସନରେ ବସିଥିବା ଲୋକମାନେ ସାଧାରଣ ନିର୍ବାଚନକୁ ଟ୍ରାକରୁ ହଟାଇବାର କାର୍ଯ୍ୟାନୁଷ୍ଠାନ ଅଟେ । ହାଦିଙ୍କ ଭାଇ ୟୁନୁସଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ତାଙ୍କ ଅବସ୍ଥା ମଧ୍ୟ ଶେଖ ହସିନାଙ୍କ ପରି ହେବ ଓ ବାଂଲାଦେଶ ଛାଡ଼ି ପାଳୟନ କରିବାକୁ ପଡ଼ିବ ।

ଜଣାଶୁଣା ଛାତ୍ର ନେତା ଓ ଇନକ୍ଲାବ୍ ମଞ୍ଚର ସଂଯୋଜକ ଶରିଫ ଉସମାନ ହାଦିଙ୍କୁ ଢାକାରେ ଏକ ମସଜିଦରୁ ବାହାରିବା ସମୟରେ ଗୁଳି କରାଯାଇଥିଲା । ଏହା ପରେ କିଛି ଦିନ ଯାଏ ତାଙ୍କୁ ସିଙ୍ଗାପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାଦିଙ୍କ ଭାଇ ସରକାରଙ୍କୁ କହିଛନ୍ତି, ଆପଣମାନେ ହିଁ ଉସମାନ ହାଦିଙ୍କୁ ହତ୍ୟା କରିଛନ୍ତି ଓ ଏବେ ଆପଣ ଏହାକୁ ପ୍ରସଙ୍ଗ କରି ନିର୍ବାଚନକୁ ବିଫଳ କରାଇବା ପାଇଁ ଉଦ୍ୟମ କରୁଛନ୍ତି ।

ଶରିଫ ଉମର ହାଦି ଢାକାରେ ନ୍ୟାସନାଲ୍ ମ୍ୟୁଜିଅମ୍ ସାମନାରେ ଇନକ୍ଲାବ୍ ମଞ୍ଚ ଦ୍ୱାରା ଆୟୋଜିତ ସହିଦୀ ଶପଥ କାର୍ଯ୍ୟକ୍ରମରେ ଭାଷଣ ଦେଇ ସରକାର ଉପରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ସରକାର ଭିତରେ ହିଁ ଗୋଟିଏ ଗୋଷ୍ଠୀ ଆଗାମୀ ଜାତୀୟ ନିର୍ବାଚନକୁ ଟ୍ରାକରୁ ହଟାଇବା ପାଇଁ ଏହି ହତ୍ୟା କରାଇଛି । ୩୨ ବର୍ଷୀୟ ହାଦି ଫେବ୍ରୁଆରୀ ୧୨ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଥିଲେ ।

ଉମର ହାଦି ଚେତାବନୀ ଦେଇଛନ୍ତି, ଯଦି ତାଙ୍କ ଭାଇଙ୍କ ହତ୍ୟାକାରୀଙ୍କ ବିରୁଦ୍ଧରେ ଶୀଘ୍ର ମୋକଦ୍ଦମା ଚଲା ନଗଲେ, ୟୁନୁସଙ୍କ ସ୍ଥିତି ହସିନାଙ୍କ ପରି ହେବ । ଉମର କହିଛନ୍ତି, ହତ୍ୟାକାରୀଙ୍କ ଉପରେ ଶୀଘ୍ର ମୋକଦ୍ଦମା ଚଲାଯାଉ, ନଚେତ ନିର୍ବାଚନ ସମୟରେ ମାହୋଲ ଖରାପ ହୋଇପାରେ । ସରକାର ଆମ ସାମନାରେ କୌଣସି ଠୋସ୍ ପ୍ରଗତି ଦର୍ଶାଇ ପାରି ନାହାନ୍ତି । ଯଦି ଉସମାନ ହାଦିକୁ ନ୍ୟାୟ ନମିଳେ, ତେବେ ଦିନେ ଆପଣଙ୍କୁ ମଧ୍ୟ ବାଂଲାଦେଶରୁ ପଳାୟନ କରିବାକୁ ପଡ଼ିବ ।