ବିଧବା ମହିଳାଙ୍କ ଗଳାକାଟି ହତ୍ୟା, ଦୁଇ ବର୍ଷ ପୂର୍ବେ ହୋଇଥିଲା ସ୍ବାମୀଙ୍କ ମୃତ୍ୟୁ

NEWS7
road-accident-in-alughati

ସୁନ୍ଦରଗଡ ୨୮।୨: ବିଧବା ମହିଳାଙ୍କ ଗଳାକାଟି ହତ୍ୟା । ଦୁଇ ବର୍ଷ ପୂର୍ବେ ହୋଇଥିଲା ସ୍ବାମୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଝିରିପାଣି ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ମହିଳା ହେଲେ ଉକ୍ତ ଗ୍ରାମର ସରୋଜିନୀ ଏକ୍କା । କୁତ୍ରା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଖୁବ୍ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ରାଜଗାଙ୍ଗପୁର SDPO ବିଭୂତି ଭୂଷଣ ଭୋଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଝିରିପାଣି ଗ୍ରାମର ସରୋଜିନୀ ଏକ୍କାଙ୍କ ସ୍ୱାମୀଙ୍କର ଗତ ୨ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଝିଅ ସମ୍ବଲପୁରରେ ରହି ପାଠ ପଢ଼ୁଛନ୍ତି । କୌଣସି କାମରେ ପୁଅ ବାହାରକୁ ଯାଇଥିବା ବେଳେ ଘରକୁ ଫେରି ଦେଖିଥିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା'ଙ୍କ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କୁତ୍ରା ପୋଲିସକୁ ସୂଚନା ଦେଇଥିଲେ । କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ପ୍ରାରମ୍ଭିକ ତଦନ୍ତରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ହତ୍ୟା ଘଟଣା ପରେ ଝିରିପାଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଘଟଣାର ଶୀଘ୍ର ସମାଧାନ ଓ ଦୋଷୀକୁ ତୁରନ୍ତ ଗିରଫ ଦାବି କରିଛନ୍ତି ଗ୍ରାମବାସୀ ।