ଟ୍ରଲରକୁ ପିଟିଲା ଆଇରନ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | June 08, 2025 IST

ପାଟଣା ୦୮।୦୬ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା । ରେଙ୍ଗାଳବେଡ଼ା ନିକଟରେ ଏକ ଟ୍ରଲରକୁ ପିଟିଲା ଆଇରନ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଯାହାଫଳରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । 

ଖବର ଅନୁଯାୟୀ, ଏକ ଆଇରନ ବୋଝେଇ ଟ୍ରଲର କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡ଼ା ନିକଟରେ ଯାଉଥିଲା । ଏହି ସମୟରେ ପଛରୁ ଆସି ପିଟି ହୋଇଥିଲା ଏକ ଆଇରନ ବୋଝେଇ ଟ୍ରଲର । ଯେଉଁଥିରେ ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ ଚାପି ହୋଇଯାଇଥିଲେ । ତେବେ ପରେ ଉଦ୍ଧାର କରି ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.