ବିଏମସି ନିର୍ବାଚନରେ ‘ପରିବାର’ର ଅନନ୍ୟ ବିଜୟ; ତିନି ଦଳର ଟିକେଟରେ ଓହ୍ଲାଇଥିଲେ ୩ ସଦସ୍ୟ, ସମସ୍ତେ ଜିତିଲେ

NEWS7
road-accident

ମୁମ୍ବାଇ: ମହାରାଷ୍ଟ୍ରରେ ବିଏମସି ନିର୍ବାଚନ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହୋଇଆସୁଛି। ଏହି ଫଳାଫଳ ମଧ୍ୟରେ ଥାନେ ନଗର ନିଗମ ନିର୍ବାଚନରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା। ଏଠାରେ ତିନି ଦଳରୁ ଛିଡ଼ା ହୋଇଥିବା ଗୋଟିଏ ପରିବାର ୩ ସଦସ୍ୟ ବିଜୟୀ ହୋଇଛନ୍ତି। ମହାତ୍ରେ ପରିବାରର ତିନି ସଦସ୍ୟ ତିନି ପ୍ରତିଦ୍ବନ୍ଦ୍ବୀ ଦଳରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ। ଏବେ ନିର୍ବାଚନ ପରିଣାମ ସାମ୍ନାକୁ ଆସିବା ପରେ ଲୋକେ ଏମାନଙ୍କ ବିଜୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ମହାରାଷ୍ଟ୍ର ଥାନେ ନଗର ନିଗମରେ ପ୍ରହଲାଦ ମହାତ୍ରେ ମହାରାଷ୍ଟ୍ର ନବନିର୍ମାଣ ସେନା ଟିକେଟରୁ ନିର୍ବାଚନ ଲଢ଼ୁଥିଲେ। ସେହିଭଳି ତାଙ୍କ ପରିବାରର ରେଖା ମହାତ୍ରେ ଶିବସେନା ଟିକେଟରେ ଏବଂ ଅନ୍ୟ ଜଣେ ସଦସ୍ୟ ରବୀନ ମହାତ୍ରେ ବିଜେପି ଟିକେଟରେ ଲଢ଼ି ବିଜୟ ହାସଲ କରିଛନ୍ତି।ତେବେ ପ୍ରହଲାଦ ମହାତ୍ରେଙ୍କ ପାଇଁ ଏହି ବିଜୟ ସେତେଟା ଖୁସି ଦେଇନାହିଁ। କାରଣ ଥାନେର ନଗର ନିଗମ ନିର୍ବାଚନରେ ବିଜେପି ଏବଂ ଶିବସେନା ମେଣ୍ଟ ବାଜି ମାରିଛି।

ସୂଚନାଥାଉକି, ପୁନେ ଏକଦା ଅବିଭାଜିତ ଶିବସେନା ଏବଂ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗଡ଼ ଥିଲା। ଏଥର ଏଠାରେ ବିଜେପି ଏବଂ ସିନ୍ଦେ ଗୋଷ୍ଠୀର ଶିବସେନା ମିଳିତ ଭାବରେ ମଇଦାନକୁ ଓହ୍ଲାଇଥିଲେ। ସେହିଭଳି ମହାୟୁତି ମେଣ୍ଟର ଏକ ଅନ୍ୟ ଦଳ, ଅଜିତ ପଓ୍ବାରଙ୍କ ଏନସିପି ଏକାକୀ ନିର୍ବାଚନ ଲଢ଼ିବାକୁ ଓହ୍ଲାଇଥିଲେ।

୧୩୧ ସିଟ୍ ବିଶିଷ୍ଟ ଥାନେ ନଗର ନିଗମରେ ସିନ୍ଦେ ସେନା ୮୭ ଏବଂ ବିଜେପି ୪୦ ସିଟ୍ରେ ନିର୍ବାଚନ ଲଢ଼ିଥିଲା। ଅନ୍ୟପଟେ ୨୦ ବର୍ଷ ପରେ ଏକାଠି ହେବା ପରେ ଉଦ୍ଦବ ଏବଂ ରାଜ ଠାକରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ। ଥାନେରେ ଦୁଇ ଭାଇ ଶରତ ପଓ୍ବାରଙ୍କ ଏନସିପି ସହ ହାତ ମିଳାଇଥିଲେ। ହେଲେବି ବିଜେପି ଏବଂ ଶିବସେନା ମେଣ୍ଟ ଆଗରେ ସେ ତିଷ୍ଠି ପାରିନଥିଲେ।କଂଗ୍ରେସ ୯୬ ସିଟ୍ରେ ଏକାକୀ ନିର୍ବାଚନ ଲଢ଼ିଥିଲା।

୨୦୧୭ କଥା କହିଲେ ସେତେବେଳେ ଅବିଭାଜିତ ଶିବସେନା ଉଦ୍ଦବ ଠାକରେଙ୍କ ନେତୃତ୍ବରେ ୧୩୧ରେ ୬୭ ସିଟ୍ ଜିତି ଥିଲା। ସେତେବେଳେ ଏନସିପି ୩୪ ସିଟ୍ ସହ ଦ୍ବିତୀୟ ଏବଂ ୨୩ ସିଟ୍ ସହ ବିଜେପି ତୃତୀୟ ନମ୍ବରରେ ରହିଥିଲା। ଅବଶ୍ୟ ସେତେବେଳେ ମଧ୍ୟ ସିନ୍ଦେ ହିଁ ଆଗରେ ଥିଲେ। କାରଣ ଶିବସେନାର ୬୭ ମଧ୍ୟରୁ ୬୬ କର୍ପୋରେଟର ତାଙ୍କର ହିଁ ସମର୍ଥନ କରୁଥିଲେ। ଏପର୍ଯ୍ୟନ୍ତ କଥା କହିଲେ ୧୯୮୭-୧୯୯୩କୁ ଛାଡ଼ିଦେଲେ ଅବିଭାଜିତ ଶିବସେନା ଥାନେରେ ପ୍ରଭୁତ୍ବ ରହିଥିଲା। ଏହାର ସବୁଠୁ ବଡ଼ କାରଣ ବାଲାସାହେବ ଠାକରେ ଏବଂ ଆନନ୍ଦ ଦିଘେଙ୍କ ଏଠାରେ ପ୍ରଭାବ ରହିଛି।