Live Live
LIVE

ତୀବ୍ର ହେଉଛି ଲଢେଇ : ଲେବାନନରେ ଇସ୍ରାଏଲର ମିସାଇଲ ବର୍ଷା, କୁଏତ ବିମାନବନ୍ଦରରେ ଇରାନର ଆଟାକ୍

NEWS7
rishi-sunak-plays-tennis-ball-cricket-in-mumbai

ଲେବାନନ, ୦୮ /୦୩: ଇରାନ ଏବଂ ଲେବାନନ୍ ଉପରେ ମିସାଇଲ ବର୍ଷା । ଛାଡୁନି ଇସ୍ରାଏଲ । ଘନ ଘନ ଆକ୍ରମଣ କରୁଛି । ରବିବାର ବେରୁଟରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି ।ଲେବାନନରେ ଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ୍ କରାଯାଇ ଆକ୍ରମଣ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ଦାବି ହୋଇଛି ।

ସେହିପରି କୁଏତ ଏବଂ ସାଉଦି ଆରବରେ ଇରାନ ଆକ୍ରମଣ କରିଛି । ଉଭୟ ଦେଶର ବିମାନ ବନ୍ଦରେ ପାଖରେ ତେହେରାନ ମିସାଇଲରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଶନିବାର ମଧ୍ୟ ଆକ୍ରମଣ

ଲେବାନନର ପୂର୍ବାଞ୍ଚଳ ବେକା ଭ୍ୟାଲି ଅନ୍ତର୍ଗତ ନବି ଚିଟ୍ ସହରରେ ଶନିବାର ଇସ୍ରାଏଲ ସେନା ପ୍ରଚଣ୍ଡ ବିମାନ ଆକ୍ରମଣ କରିଥିଲା । ଏଥିରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୪୦ରୁ ଅଧିକ ଆହତ ହୋଇଛନ୍ତି । ଲେବାନନରେ ଥିବା ଉଗ୍ରବାଦୀ ସଙ୍ଗଠନ ହିଜ୍ବୁଲ୍ଲା ଓ ଏହାର ଆଡ୍ଡାକୁ ଟାର୍ଗେଟ କରି ଇସ୍ରାଏଲ ସେନା ଏହି ଆକ୍ରମଣ କରିଥିବା କୁହାଯାଉଛି । ଇରାନ- ଇସ୍ରାଏଲ ଯୁଦ୍ଧରେ ହିଜବୁଲ୍ଲା ସାମିଲ ହୋଇଛି ।

ଇସ୍ରାଏଲର ମିସାଇଲ ବର୍ଷା

ଇରାନର ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମେନେଇଙ୍କୁ ଇସ୍ରାଏଲ ଓ ଆମେରିକାର ମିଳିତ ସେନା ହତ୍ୟା କରିବା ପରେ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସହରକୁ ଟାର୍ଗେଟ କରି ରକେଟ ଓ ମିସାଇଲ୍ ମାଡ଼ କରୁଛି । ତେଣୁ ଏହାକୁ ନିପାତ କରିବା ଲାଗି ଇସ୍ରାଏଲ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଲେବାନନରେ ଇସ୍ରାଏଲର ଆକ୍ରମଣ ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି । ଲେବାନନ ସରକାର ହିଜବୁଲ୍ଲାର ସାମରିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇଥିଲେ ମଧ୍ୟ ସଙ୍ଗଠନର ସଦସ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ ମଧ୍ୟ ଲେବାନନର ଟାୟର ସହରର କିଛି ଅଂଶ ଖାଲି କରିବାକୁ କହିଛି । ଏଠାରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ।