‘ ମୁଁ ଅବସର ନେଇଯିବା ଉଚିତ୍ କି ‘ : ରୋହିତଙ୍କ ରିଆକ୍ସନ ଭାଇରାଲ , ପନ୍ତ ସେୟାର କଲେ ଖେଳାଳିଙ୍କ ଉତ୍ସବ ପାଳିବାର ଭିଡ଼ିଓ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ : ୱିକେଟ୍‌ କିପର –ବ୍ୟାଟର ରିଷଭ ପନ୍ତ ୭୯ତମ ସ୍ୱାଧୀନତା ଦିବସର ଅବସରରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ ଜିତିବା ପରେ ଏକ ପୁରୁଣା ଭିଡ଼ିଓ ସେୟାର କରିଛନ୍ତି। ପନ୍ତ ପ୍ରଥମ ଥର ଏହି ଭିଡ଼ିଓକୁ ସେୟାର କରିଛନ୍ତି ଏବଂ ଏଥିରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ସହ ପୂରା ଡ୍ରେସିଂ ରୁମ୍‌ ଉତ୍ସବ ପାଳିବାର ନଜର ଆସୁଛି। ଭାରତ ଦୁବାଇରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ ନିଜ ନାଁରେ କରିଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୨୫୧ ରନ୍‌ କରିଥିଲା, ଏହାର ଜବାବରେ ଭାରତ ୪୯ତମ ଓଭରରେ ୬ ୱିକେଟ୍‌ରେ ୨୫୪ ରନ୍ କରି ମ୍ୟାଚ୍‌ ନିଜ ନାଁ କରି ପାରି ଥିଲା। 

ନ୍ୟୁଜିଲାଣ୍ଡ ବିରୋଧରେ ବିଜୟୀ ରନ୍ ସ୍କୋର କରିବା ବେଳେ ରିଷଭ ପନ୍ତ ନିଜ କ୍ୟାମେରା ଅନ୍ କରିଥିଲେ ଏବଂ ଡ୍ରେସିଂ ରୁମ୍‌ର ପୂରା ଦୃଶ୍ୟ ଦେଖାଇ ଥିଲେ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ବିଜୟୀ ପରେଡ୍‌ ବେଳେ ରୋହିତଙ୍କୁ ଥଟ୍ଟାରେ ପନ୍ତ ପଚାରି ଥିଲେ ଯେ, ସେ କଣ ୱାନଡେ ରିଟାୟରମେଣ୍ଟ ନେବାକୁ ଚାହାନ୍ତି। ରୋହିତ ହସି ହସି କହିଥିଲେ , ଅବସର ତାଙ୍କ ମନରେ ନାହିଁ। ସେ କହିଥିଲେ ଯେ, ସେ ୱାନଡେରେ ଏମିତି କରିବେ ନାହିଁ, ଯେମିତି ସେ ଗତ ବର୍ଷ ଟି-୨୦ ବିଶ୍ୱକପ୍‌ ଚାମ୍ପିୟନ ହେବା ପରେ ଟି-୨୦ରୁ ଅବସର ନେଇ ଥିଲେ। ରୋହିତ ଓ ବିରାଟ କୋହଲି ୨୦୨୪ ଟି-୨୦ ବିଶ୍ୱ କପ୍ ଫାଇନାଲରେ ବାରବାଡୋସରେ ଦକ୍ଷିଣ ଆଫ୍ରିକାରେ ଐତିହାସିକର ବିଜୟ ପରେ ସବୁଠୁ ଛୋଟ ଫର୍ମାଟ୍‌ରେ ଅବସର ନେଇ ଥିଲେ।


ରୋହିତ କହି ଥିଲେ, କଣ ? ମୋତେ କଣ ଅବସର ନେଇ ଯିବା ଉଚିତ୍‌ ? ମୁଁ ପ୍ରତି ବିଜୟ ପରେ ରିଟାୟର ହୋଇ ପାରିବି ନାହିଁ। 

ଏହି ଭିଡ଼ିଓରେ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ପରସ୍ପରକୁ ଖୁବ୍‌ ଉତ୍ସାହର ଆଲିଙ୍ଗନ କରୁ ଥିବାର ଦେଖାଯାଉଛି। ଡ୍ରେସିଂ ରୁମ୍‌ର ରିଆକ୍ସନ ନେବା ପରେ ପନ୍ତ ମୈଦାନକୁ ଗଲେ , ସେଠାରେ ପୂର୍ବରୁ ବିରାଟ କୋହଲି , ଶୁଭମନ ଗିଲ୍‌ ଓ ରବିନ୍ଦ୍ର ଜାଡେଜା ଉତ୍ସବ ପାଳୁଥିଲେ। ହେଲେ ରିଷଭ ପନ୍ତ ଚାମ୍ପିୟନ୍ସ ଟ୍ରଫି ବେଳେ ଗୋଟିଏ ବି ମ୍ୟାଚ୍‌ ଖେଳି ପାରି ନଥିଲେ। ହେଲେ ଭାରତର ବିଜୟରେ ସେ ଖୁବ୍‌ ଖୁସି ଥିଲେ। ସେ ୬ ମାସ ପରେ ସେହି ମ୍ୟାଚ୍‌ର ଫୁଟେଜ୍‌ ସ୍ୱତନ୍ତ୍ରତା ଦିବସ ଅବସରରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.