ହାଇଦ୍ରାବାଦରେ ୫ ଶହରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା, ୧୩ MOU ସ୍ୱାକ୍ଷର

NEWS7
restrictions-on-religious-processions-in-sambalpur

ଭୁବନେଶ୍ୱର ୨୨/୧୨: ହାଇଦ୍ରାବାଦ ନିବେଶ ସମ୍ମିଳନୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ନିବେଶ ସମ୍ମିଳନୀରେ ପ୍ରାୟ ୨୫ଟି ବୈଠକ କରିଥିଲେ ।

୫ ଶହରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା କରିବା ସହ ୧୩ଟି MOU ସ୍ବାକ୍ଷର କରାଯାଇଛି । ନିବେଶ ସମ୍ମିଳନୀରେ ୬୭ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଦିଆଯାଇଛି । ପ୍ରାୟ ୫୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିମଧ୍ୟରୁ ୨୭ ହଜାର ୬୫୦ କୋଟି ଟଙ୍କାର MOU ସ୍ବାକ୍ଷରିତ ହୋଇଥଲା । ୨୭ ହଜାର ୬୫୦ କୋଟିର MOU ସ୍ବାକ୍ଷର ନେଇ ସୂଚନା