ହାରିବା ପରେ ହ୍ୟାଣ୍ଡସେକ୍ କରିବାକୁ ଅପେକ୍ଷା କଲେ ପାକିସ୍ତାନୀ ଖେଳାଳି, ମୁହଁକୁ ଅନାଇଲାନି ଟିମ୍ ଇଣ୍ଡିଆ...ଦେଖନ୍ତୁ ଭିଡିଓ

NEWS7
restrictions-on-religious-processions-in-sambalpur

ମୁମ୍ବାଇ, ୧୭/୦୨ : ହାରିଛି ପାକିସ୍ତାନ । ହାଇ ଭୋଲଟେଜ୍ ମୁକାବିଲାରେ ଜିତିଛି ଭାରତ । ଟି୨୦ ବିଶ୍ୱକପର ସୁପର ସଣ୍ଡେରେ ପାକିସ୍ତାନକୁ ଶୋଚନୀୟ ଭାବେ ମାତ୍ ଦେଇଛି ସୂର୍ଯ୍ୟସେନା । ତେବେ ମ୍ୟାଚ୍ ପୂର୍ବରୁ ଅନେକ ବାଦ ବିବାଦ ସାମ୍ନାକୁ ଆସିଥିଲା । ପ୍ରଥମେ ପିସିବି ଭାରତ ସହ ଖେଳିବନି ବୋଲି କହିଥିଲା । ପରେ କିନ୍ତୁ ରାଜି ହୋଇଥିଲା । ଅନ୍ୟ ଦିଗରେ ଭାରତ ପାକ୍ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍ ନକରିବା ଧାରାକୁ ବଜାୟ ରଖିଥିଲା । ତେବେ ମ୍ୟାଚ୍ ପରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ନେଇ ଟ୍ରୋଲ୍ କରିଛନ୍ତି କ୍ରିକେଟ୍ ଫ୍ୟାନ୍ସ ।

ମୁକାବିଲାରେ ଟସ୍ ଜିତିଥିଲା ପାକିସ୍ତାନ । ଟସ୍ ଜିତିବା ପରେ ପାକ୍ ଅଧିନାୟକ ସଲମାନ ଅଲ୍ଲୀ ଆଗା କିମ୍ବା ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ମଧ୍ୟରେ ହ୍ୟାଣ୍ଡ ସେକ୍ ହୋଇନଥିଲା । ଏହାପରେ ମ୍ୟାଚ୍ ରେ ଖେଳାଳିଙ୍କ ମଧ୍ୟରେ ସବୁ କିଛି ଠିକ୍ ଥିଲା । ଉଭୟ ପକ୍ଷ ମଧ୍ୟରେ ସେପରି କିଛି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିନଥିଲା ।

୧୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ପାକିସ୍ତାନ । ଦଳର ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରୁଥିଲେ । ଅନ୍ୟ ଦିଗରେ ଶେଷରେ ଆଉଟ୍ ହୋଇଥିଲେ ଉସମାନ୍ ତାରିକ୍ । ସେ ଆଉଟ୍ ହେଲା ପରେ ଭାରତ ମ୍ୟାଚ୍ ଜିତିଥିଲା । କିନ୍ତୁ ଭାରତୀୟ ଖେଳାଳି ହ୍ୟାଣ୍ଡସେକ୍ କରିବାକୁ କୌଣସି ଆଗ୍ରହ ଦେଖାଇ ନଥିଲେ । କିନ୍ତୁ ପାକିସ୍ତାନୀ ପ୍ଲେୟାର କିଛି ସମୟ ଧରି କ୍ରିଜରେ ଅପେକ୍ଷା କରିଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ଉସମାନ ତାରିକ ଆଉଟ୍ ହେଲା ପରେ ସାହିନ୍ ଆଫ୍ରିଦିଙ୍କ ସହ ପିଚ୍ ବାହାରେ କିଛି ସମୟ ଠିଆ ହେଉଛନ୍ତି । ସେମାନେ ପଛକୁ ଚାହୁଁଛନ୍ତି । କୌଣସି ଭାରତୀୟ ଖେଳାଳି ତାଙ୍କ ପାଖକୁ ଆସୁଛନ୍ତି ନା ନାହିଁ ତାହା ସେମାନେ ଦେଖୁଛନ୍ତି ଏବଂ କେହି ନଆସିବାରୁ ପ୍ୟାଭିଲିୟନ ଫେରି ଯାଉଛନ୍ତି ।

ଏହି ଖବରଟି ପଢନ୍ତୁ... ସମୁଦ୍ରରେ ଚାଲିଥିଲା ତେଲ ଚୋରା ଚାଲାଣ : ଇରାନର ତିନୋଟି ଜାହାଜକୁ ଜବତ କଲା ଭାରତ !

ସୂଚନାଯୋଗ୍ୟ, ପହଲଗାମ୍ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନର କ୍ରିକେଟ୍ ସମ୍ପର୍କ ଅଧିକ ଖରାପ ହୋଇଯାଇଛି । ପାକ୍ ପ୍ରରୋଚିତ ଆତଙ୍କବାଦ କ୍ରିକେଟକୁ ନଷ୍ଟ କରିଦେଇଛି । ଏସିଆ କପରେ ଭାରତ ପାକିସ୍ତାନର ଏପରି ଗୁଣ ପାଇଁ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲା । ଏହାପରେ କୌଣସି ଟୁର୍ଣ୍ଣାମେଣ୍ଟରେ ଦୁଇ ଖେଳାଳି କରମର୍ଦ୍ଦନ କରୁନାହାଁନ୍ତି । ଆହୁରି ମଧ୍ୟ ଏସିଆ କପ୍ ଟ୍ରଫି ମଧ୍ୟ ଭାରତୀୟ ଖେଳାଳି ପିସିବି ମୁଖ୍ୟଙ୍କ ହାତରୁ ଗ୍ରହଣ କରିନଥିଲେ । ଏବେ ଟି୨୦ ବିଶ୍ୱକପରେ ମଧ୍ୟ ଟିମ୍ ଇଣ୍ଡିଆ ଖେଳାଳି ପାକ୍ ପ୍ଲେୟାରଙ୍କୁ କୌଣସି ଗୁରୁତ୍ୱ ଦେଉ ନାହାଁନ୍ତି ।