ଭୁବନେଶ୍ୱର: ବାରମ୍ବାର ଚିଠି ପରେ ମଧ୍ୟ ଅଭିଯୋଗର ହେଉନି ସମାଧାନ । ଆକ୍ସନ ମୋଡରେ ମୋହନ ସରକାର । ଜନଶୁଣାଣି ଅଭିଯୋଗର ତୁରନ୍ତ ସମାଧାନ କର, ନଚେତ ନିଆଯିବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଗତ ୨୨ ତାରିଖରେ ଜାରି ହୋଇଛି ଏଭଳି ଏକ ନିର୍ଦେଶନାମା। ଚିଠିରେ ସବୁ ବିଭାଗ ସଚିବ, ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ଏସପିଙ୍କୁ ଏଭଳି ନିର୍ଦେଶ ଦିଆଯାଇଛି । ଯେଉଁଥିରେ ସିଧାସଳଖ କୁହାଯାଇଛି ୧- ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିରେ ହସ୍ତଗସ୍ତ ବିଚାରଧୀନ ଅଭିଯୋଗର ତ୍ବରିତ ସମାଧାନ କର । ୨- ଯଦି ଦୀର୍ଘଦିନ ଅଭିଯୋଗ ଅଧିକାରୀଙ୍କ ବିଚାରଧୀନ ଥିବ କିନ୍ତୁ ଜାଣିଶୁଣି ସମାଧାନ କରିବାରେ ଅବହେଳା କରୁଥିବେ ତାହାଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ଅତ୍ୟନ୍ତ ଜୁରୁରୀ ଅଭିଯୋଗର ତ୍ୱରିତ ଶୁଣାଣି କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ଜନଶୁଣାଣିରେ ହସ୍ତଗତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ବାରମ୍ବାର ଚିଠି କରିବାକୁ ନେଇ ତେଜିଛି ରାଜନୀତି।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଅଧିକ ଲୋକ ଆସିଲେ ଜଣାପଡେ ଯେ ପ୍ରଶାସନ ବିଫଳ ହୋଇଛି l ପ୍ରଶାସନ ଯେତେବେଳେ ଲୋକଙ୍କ ଦ୍ବାରକୁ ଯାଇପାରେ ନାହିଁ, ସେତେବେଳେ ଜନଶୁଣାଣିକୁ ଲୋକେ ଆସନ୍ତି । ତେଣୁ ସରକାର ପ୍ରଶାସନକୁ ଲୋକଙ୍କ ଦ୍ୱାରକୁ ପଠାନ୍ତୁ । ଏହାର ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ୨୦୦ରୁ ୨୦୦୮ ପର୍ଯ୍ୟନ୍ତ ୮ ବର୍ଷ ଭିତରେ ନବୀନ ମାତ୍ର ୫୨ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ଏହା ପରଠାରୁ ନବୀନ ଅଭିଯୋଗ ଶୁଣାଣି ପାଇଁ ଗଲେ ନାହିଁ । କଣ ଅଭିଯୋଗ ଆସୁଛି, କଣ ଶୁଣାଣି ହେବ, ଭାଷାଗତ ସମସ୍ୟା ହେଉଥିଲା । ସାଧାରଣ ଲୋକଙ୍କ ଅଭିଯୋଗ ସରକାରୀ ବାବୁ ଶୁଣିଲେ ଓ ସରକାରୀ ବାବୁ ମାନେ ମାଲିକ ପାଲଟିଲେ । ତେଣୁ ସରକାରୀ ବାବୁଙ୍କ ଅଧୀନରେ ଚାଲୁଥିବା ବିଜେଡିର ନେତା ମନ୍ତ୍ରୀ ସମାଲୋଚନା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ବୀରାଜ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଫେବୃଆରୀ ୪ରେ ବି ସବୁ ବିଭାଗକୁ ଚିଠି ଲେଖି ବାବୁମାନଙ୍କୁ ତାଗିତ କରାଯାଇଥିଲା ।