LIVE TV

ଭାରତୀୟ-ଆମେରିକୀୟ ଭୋଟର ପସନ୍ଦ କରୁଛନ୍ତି ରିପବ୍ଲିକାନ ପାର୍ଟିର ପ୍ରଚାର ଭିଡିଓ, ଏକତ୍ର ଦେଖାଯାଉଛନ୍ତି ଟ୍ରମ୍ପ ଓ ମୋଦି

NEWS7

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଏବେ ଜୋର ଧରିଲାଣି ପ୍ରଚାର। ଶାସକ ରିପବ୍ଲିକାନ ପାର୍ଟି ମତଦାତାଙ୍କୁ ପ୍ରଭାବିତ କରିବା ଲାଗି କେତେକ କ୍ୟାମ୍ପେନ ଭିଡିଓ ପ୍ରସ୍ତୁତ କରିଛି। ଏଥିରେ ଗୋଟି ଭିଡିଓ ଏବେ ଦେଶରେ ଭାରତୀୟ-ଆମେରିକୀୟଙ୍କୁ ବେଶ ପ୍ରଭାବିତ କରୁଥିବା ଦେଖାଯାଇଛି। ୧୦୭ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକତ୍ର ଦେଖାଯାଉଛନ୍ତି।

{"id":327252,"sizeSlug":"large"}

‘ଫୋର ମୋର ଇୟର୍ସ’ ଶୀର୍ଷକ ରିପବ୍ଲିକାନ ପାର୍ଟିର ଏହି ଭିଡିଓଟି ଦେଶରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗତ ଏକ ବର୍ଷରେ ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପଙ୍କ ବିଭିନ୍ନ ଐତିହାସିକ ରାଲିକୁ ସଂଯୁକ୍ତ କରାଯାଇଛି। ଭିଡିଓଟି ଗତବର୍ଷ  ହୋଷ୍ଟନରେ ଅନୁଷ୍ଠିତ ମୋଦିଙ୍କ ରାଲିରୁ ଆରମ୍ଭ ହେଉଛି। ଯେଉଁଥିରେ ମୋଦି ଓ ଟ୍ରମ୍ପ ଏକତ୍ର ଚାଲିଚାଲି ସଭାମଞ୍ଚ ଆଡକୁ ଯାଉଥିବାର ଦେଖାଯାଉଛି। ହୋଷ୍ଟନର ଏହି କାର୍ଯ୍ୟକ୍ରମରେ ସେତେବେଳେ ୫୦ ହଜାରରୁ ଅଧିକ ଉତ୍ସାହୀ ଲୋକେ ଉପସ୍ଥିତ ଥିଲେ।

wp:html /wp:html

ଏହି ଭିଡିଓରେ ଭାରତରେ ଅନୁଷ୍ଠିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଫୁଟେଜ ରହିଛି। ଭାରତରେ ଅନୁଷ୍ଠିତ ଏହି ବିଶାଳ କାର୍ଯ୍ୟକ୍ରମରେ ଟ୍ରମ୍ପ ଲକ୍ଷଲକ୍ଷ ଭାରତୀୟଙ୍କୁ ଗୋଟିଏ ମଞ୍ଚରୁ ସମ୍ବୋଧିତ କରୁଥିବାର ଦେଖାଯାଇଛି। ଭିଡିଓରେ ଭାରତ ଓ ଆମେରିକା ମଧ୍ୟରେ ମଜଭୁତ ହେଉଥିବା ସମ୍ପର୍କକୁ ଦର୍ଶାଯାଇଥିବା ବେଳେ ଭାରତୀୟଙ୍କୁ ଟ୍ରମ୍ପକୁ ଭାଷଣ ‘ଭାରତକୁ ଆମେରିକା ସମ୍ମାନ କରେ....ଭାରତକୁ ଆମେରିକା ଭଲ ପାଏ’ ଲୋକଙ୍କୁ ବେଶ୍‌ ଆକର୍ଷିତ କରୁଥିବା ଦେଖାଯାଇଛି।

{"id":327254,"sizeSlug":"large"}

‘ଫୋରମୋର ଇୟର୍ସ’ ଭିଡିଓଟି  ସବୁ କ୍ୟାମ୍ପେନ ଭିଡିଓ ଠାରୁ ଉଚ୍ଚକୋଟିର ହୋଇଥିବା ବେଳେ କେବଳ ଭାରତୀୟ ଆମେରିକୀୟ ନୁହନ୍ତି  ଆମେରିକୀୟମାନେ ମଧ୍ୟ ବେଶ୍ ଆକର୍ଷିତ ହେଉଛନ୍ତି। ଏହି ଭିଡିଓକୁ ଗତମାସରେ ଅନୁଷ୍ଠିତ ହୋଇଥିବା ରିପବ୍ଲିକାନ ଜାତୀୟ ସମ୍ମିଳନୀରେ ଜାରି କରାଯାଇଥିଲା। ତେବେ ପ୍ରଚାର ଅଭିଯାନ ଜୋର ଧରିବା ପରେ ଏହାକୁ ସାର୍ବଜନିକ କରାଯାଇଥିବା ବେଳେ ବିରୋଧୀଙ୍କ ନିର୍ବାଚନ ପ୍ରଚାର ରଣନୀତିକୁ ଓଲଟପାଲଟ କରିଦେଇଛି।