ବାଲିଯାତ୍ରା ୨୦୨୫
LIVE TV

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ, ମାଣ୍ଡିଆରୁ ପ୍ରସ୍ତୁତ ମୂଲ୍ୟଯୁକ୍ତ ଦ୍ରବ୍ୟ ସମ୍ପର୍କରେ ଆଲୋକପାତ କଲେ ଅତିଥି

NEWS7
republic-day-2023-gantantrr-diwas-26-january

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟଟ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରେ ସୋମବାର ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ (ଏକସଟେନସନ) ଡକ୍ଟର ଚକ୍ରଧର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ସ୍ୱନାମଧନ୍ୟ କ୍ଷେତ୍ରବିଜ୍ଞାନୀ ଶ୍ରୀ ବିଦ୍ୟାଧର ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ।

ଡକ୍ଟର ଜିତେନ୍ଦ୍ର କୁମାର ନାୟକ ଲଘୁ ଶସ୍ୟ ଗବେଷଣାରେ ସୋଆ ବିଶ୍ୱବିଦ୍ୟାଳୟର ଅଗ୍ରଗତି ଓ ଶ୍ରୀ କୁମାର ସମ୍ଭବ ଗିରି ମାଣ୍ଡିଆରୁ ପ୍ରସ୍ତୁତ ମୂଲ୍ୟଯୁକ୍ତ ଦ୍ରବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ଅଧ୍ୟକ୍ଷତା କରିଥିଲେ ।

ମାଣ୍ଡିଆ ଫସଲର ପୋଷକ ଗୁଣ, ଚାଷ ପ୍ରଣାଳୀ, ଆର୍ଥିକ ଲାଭ ଓ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

ଏହି ଅବସରରେ କ୍ଷେତ୍ର ବିଜ୍ଞାନ ବିଭାଗର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତିକା ‘ବୈଜ୍ଞାନିକ ପ୍ରଣାଳୀରେ ଲଘୁଶସ୍ୟ ଚାଷ’ ଉନ୍ମୋଚିତ ହୋଇଥିଲା । ମୁଖ୍ୟବକ୍ତା ଶ୍ରୀ ବିଦ୍ୟାଧର ମହାରଣା ଜଳବାୟୁ ସହନଶୀଳତା, ଖାଦ୍ୟ, ପୋଷଣ ଓ ଆର୍ଥିକ ସୁରକ୍ଷା ପାଇଁ ଲଘୁ ଶସ୍ୟ ଚାଷ ସଂପର୍କରେ ଆଲୋଚନା କରିଥିଲେ ।

ଏହି ସଭାରେ ଡକ୍ଟର ଶ୍ୱେତା ରଥ ମଞ୍ଚ ସଂଚାଳନ କରିଥିବାବେଳେ ଡକ୍ଟର ସରୋଜ କୁମାର ମହାନ୍ତି , ଡକ୍ଟର ଶୁଭପ୍ରଦ ଦାଶ, ଡକ୍ଟର ଗାୟତ୍ରୀ ମିଶ୍ର୍ର, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ସ୍ତୁତିଦେବପ୍ରିୟା ବେହେରା, ଡକ୍ଟର କୌଶିକାସ ଏବଂ ଡକ୍ଟର ରିତନ ଚୌଧୁରୀ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ମୁଖ୍ୟ, ପ୍ରଫେସର, ପ୍ରାଧ୍ୟାପକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଏହି ସଭାରେ କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ବାସୁଦେବ ବେହେରା ଅତିଥିମାନଙ୍କୁ ସ୍ୱାଗତ ଦେଇଥିବାବେଳେ ପ୍ରଫେସର ଡକ୍ଟର ମନମୋହନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।