ଚୋରା କୋଇଲା ଚାଲାଣ ବିଷୟରେ ଜଣାଇଲେ, ଅପହରଣ ପରେ ମାଡ଼ ଖାଇଲେ

Published By : Prameya-News7 Bureau | June 06, 2025 IST

ଭଦ୍ରକ ୬ଚୋରା କୋଇଲା ଚାଲାଣ ବିଷୟରେ ଜଣାଇବା ଯୋଗୁଁ ମାଡ ଅଭିଯୋଗ । ଅପହରଣ ପରେ ମାଡ ମାରିବା ନେଇ ଅଭିଯୋଗ । ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ପରିବିନ୍ଧା ମାରପୁରର ପ୍ରତାପ ବେହେରା । 

ପ୍ରତାପଙ୍କ ଅଭିଯୋଗ ଅନୁଯାୟୀ, କେତେକ କୋଇଲା ମାଫିଆ ତାଙ୍କୁ ଅପହରଣ କରିବା ସହ ମାଡ ମାରି ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ । ସେ କହିଛନ୍ତି, ମୁଁ ଟଙ୍କା ସୁଧ ଲଗାଇ ଚଳେ, କୋଇଲା ଗାଡ଼ି ଲୋଡ୍ ହେଲେ ପୋଲିସକୁ ଜଣାଏ । ଆଇଜିଙ୍କୁ ମଧ୍ୟ ଜଣାଇଛି କୋଇଲା ଚୋରି ବିଷୟରେ । ପରେ ମୋତେ ଅପହରଣକାରୀ କରଞ୍ଜିଆ ନେଲେ ପୁଣି ଆଣି ଫିଙ୍ଗିଦେଲେ । 

ତେବେ ପୂର୍ବରୁ ପ୍ରତାପ ବେହେରା ଭଦ୍ରକ ଜିଲ୍ଲା ସବରଙ୍ଗ ପୋଲିସ ଦ୍ବାରା କୋଇଲା ଚୋରା ଚାଲାଣ ଓ ଧମକାଇବା ଅଭିଯୋଗରେ ଜେଲ୍ ଯାଇଥିବା ନେଇ ସୂଚନା ମିଳିଛି । ତେବେ ଭଦ୍ରକ ଜିଲ୍ଲାରୁ ଅପହରଣ ଓ ପୁଣି ଅପହରଣକାରୀ ଭଦ୍ରକ ଜିଲ୍ଲାରେ ତାଙ୍କୁ ଛାଡ଼ିବା ଘଟଣା ନିଶ୍ଚିତ ତଦନ୍ତସାପେକ୍ଷ । ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । 

ଯେଉଁ କୋଇଲା ମାଫିଆ ମାନେ ତାଙ୍କୁ ଅପହରଣ କରିଥିଲେ ସେମାନଙ୍କ ନାମ ମଧ୍ୟ ସେ ଜଣାଇଛନ୍ତି । ତେବେ କୋଇଲା ଚୋରି ଅଭିଯୋଗରେ ଜେଲ ଯାଇଥିବା ଅଭିଯୁକ୍ତ ପୁଣି କୋଇଲା ମାଫିଆଙ୍କ ନାମରେ ପୋଲିସ ନିକଟରେ ଅଭିଯୋଗ କରିଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣାରେ ଭଦ୍ରକ ପୋଲିସ କିମ୍ବା ଭଦ୍ରକ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read:

ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହେଲା ଯୋଗାଣ ମନ୍ତ୍ରୀଙ୍କ କାର୍, କାହାର କୌଣସି କ୍ଷତି ହୋଇନଥିବା ସୂଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.