ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

Published By : Prameya-News7 Bureau | May 25, 2025 IST

ଭୁବନେଶ୍ବର : ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ଡ଼ିଜି ଏବଂ ତାଙ୍କ ଟିମ୍ ଆସି ଜଗନ୍ନାଥ ମନ୍ଦିରର ମରାମତି କାମର ସମୀକ୍ଷା କରିଛନ୍ତି । ଏହାସହ ରତ୍ନଭଣ୍ଡାର କାମର ସମୀକ୍ଷା କରିଛନ୍ତି । ରଥଯାତ୍ରା ସମୟରେ ଗର୍ଭ ଗୃହରେ ଯେଉଁ ଯେଉଁ ମରାମତି କାମ ହୁଏ ସେନେଇ ସମୀକ୍ଷା ହୋଇଛି । ମନ୍ଦିର ଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ପବିତ୍ର ପୀଠର ସଂରକ୍ଷଣ ବାବଦରେ ଆଲୋଚନା ହୋଇଛି । ମନ୍ଦିରର ଆବଶ୍ୟକତା ଦୃଷ୍ଟି କୋଣରୁ ମନ୍ଦିର ପ୍ରଶାସକ ଏଏସ୍‌ଆଇ ଡିଜିଙ୍କୁ ଅବଗତ କରାଇଛନ୍ତି । ମନ୍ଦିରର ସଂରକ୍ଷଣ ପାଇଁ ଯେଉଁସବୁ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ସେ ନେଇ ଆଲୋଚନା ହୋଇଛି ।

ରତ୍ନଭଣ୍ଡାର ମରାମତି ବନ୍ଦ ଅଛି । ଠାକୁରଙ୍କ ଚାପ ଖେଳ ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ ଅଛି । ଠାକୁରଙ୍କ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଏବଂ ନୀଳାଦ୍ରି ବିଜେ ଭିତରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।



You Can Read:

ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ କଡ଼ା ନିୟମ, କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ କଟିବ ଗୋଟିଏ ଦିନର ଛୁଟି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.