ଭୁବନେଶ୍ୱର ୧୯।୦୬ : ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଏପ୍ରିଲ ୨୦୨୫ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ଫଳାଫଳ ପାଇଛି । ଯେଉଁଥିରେ ରିଲାଏନ୍ସ ଜିଓ କଟକ ସହରରେ ବେଶ୍ ପ୍ରଭାବଶାଳୀ ନେଟ୍ୱର୍କ ପ୍ରଦର୍ଶନ କରିଛି।
କଟକ ସହରରେ ଡାଟା ସେବା ପାଇଁ କରାଯାଇଥିବା ପରୀକ୍ଷଣରେ, ଜିଓ ଏହାର ନେଟ୍ୱର୍କର ପ୍ରାଧାନ୍ୟ ପ୍ରମାଣିତ କରି ସର୍ବାଧିକ ୨୩୩.୪୬ ଏମ୍ବିପିଏସ ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ ହାସଲ କରିବା ସହିତ ୨୪.୦୪ ଏମ୍ବିପିଏସ୍ର ଦୃଢ଼ ଅପଲୋଡ୍ ସ୍ପିଡ୍ ପ୍ରଦର୍ଶନ କରିଥିବା ଏହି ରିପୋର୍ଟରୁ ଜଣାପଡିଛି । ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ପ୍ରାୟ ଦୁଇଗୁଣ ରହିଥିଲା । ବ୍ୟସ୍ତବହୁଳ ହଟସ୍ପଟ୍ଗୁଡ଼ିକରେ ମଧ୍ୟ ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୧୦୨.୦୯ ଏମ୍ବିପିଏସ ରହିଥିଲା, ଯାହା ଷ୍ଟ୍ରିମିଂ, ଭିଡିଓ କନ୍ଫରେନ୍ସିଂ ଏବଂ ରିଅଲ୍-ଟାଇମ୍ ଆପ୍ଲିକେସନ୍ ପାଇ ନିରବଛିନ୍ନ ଯୋଗାଯୋଗ ସଂଯୋଗ ସୁନିଶ୍ଚିତ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଜିଓ ରାଜ୍ୟରେ ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ସହିତ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାୟ ୪୬ ପ୍ରତିଶତ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଉପଭୋକ୍ତା ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ସବସ୍କ୍ରାଇବର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୧ କୋଟିରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩ ଲକ୍ଷରୁ ଅଧିକ ଜିଓଫାଇବର ଉପଭୋକ୍ତା ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଉପଭୋକ୍ତା ରହିଥିବା ବେଳେ ଏହା ସମସ୍ତ ତିନୋଟି କ୍ଷେତ୍ରରେ ସର୍ବାଗ୍ରେ ରହିଛି।