ନୂଆଦିଲ୍ଲୀ ୨୪।୦୬: ହିନ୍ଦୁଧର୍ମରେ ମହାବଳୀ ହନୁମାନଙ୍କୁ ବଳ ଏବଂ ବୃଦ୍ଧିର ଦେବତା କୁହାଯାଏ । ହନୁମାନଙ୍କୁ ଅନେକ ଶକ୍ତିର ବରଦାନ ମିଳିଛି । ଆସନ୍ତୁ ଜାଣିବା ହନୁମାନଙ୍କୁ କେଉଁ ଦେବତା କଣ ଦେଇଥିଲେ ବରଦାନ ? ମାନ୍ୟତା ରହିଛି କି ସୂର୍ଯ୍ୟ ଦେବତାଙ୍କଠାରୁ ହନୁମାନଙ୍କୁ ତେଜ ମିଳିଛି । ଯେଉଁଥି ପାଇଁ ହନୁମାନଙ୍କ ସାମ୍ନାରେ କେହିବି ତିଷ୍ଠି ପାରିନଥାନ୍ତି ।
ଧର୍ମରାଜ ଯମରାଜଙ୍କଠାରୁ ହନୁମାନଙ୍କୁ ବରଦାନ ମିଳିଛି । ତାଙ୍କୁ କେବେବି ଯମରାଜ ତାଙ୍କ ନିକଟରୁ ନେଇପାରିବେନି । ବଜରଙ୍ଗବାଲୀଙ୍କୁ ଗଦା କୁବେର ଦେବତାଙ୍କ ଠାରୁ ମିଳିଛି । ତାଙ୍କୁ ଆର୍ଶିବାଦ ମିଳିଛି କି ତାଙ୍କୁ କୌଣସି ଯୁଦ୍ଧରେ କେହି ବି ହନୁମାନଙ୍କୁ ପରାସ୍ତ କରିପାରିବେନି ।
ମହାଦେବଙ୍କ ଠାରୁ ହନୁମାନଙ୍କୁ ବରଦାନ ମିଳିଛି । ବଜରଙ୍ଗବାଲୀଙ୍କୁ କୌଣସି ବି ଅସ୍ତ୍ର ମାରିପାରିବନି ବୋଲି ଭଗବାନ ଶଙ୍କର ବରଦାନ ଦେଇଛନ୍ତି । ଶାସ୍ତ୍ର ଅନୁସାରେ ଇନ୍ଦ୍ର ଦେବ ବରଦାନ ଦେଇଛନ୍ତି କି ଭବିଷ୍ୟତରେ କେବେବି ତାଙ୍କର ବଜ୍ରର ପ୍ରଭାବ ହନୁମାନଙ୍କ ଉପରେ ହେବନି ।
ଭଗବାନ ବିଶ୍ବକର୍ମା ଯେତେ ବି ଅସ୍ତ୍ର ନିର୍ମାଣ କରିଛନ୍ତି ତାର ପ୍ରଭାବ ହନୁମାନଙ୍କ ଉପରେ ହେବନି ବୋଲି ବିଶ୍ବକର୍ମା ବରଦାନ ଦେଇଛନ୍ତି । ୧୦ଲକ୍ଷ ବର୍ଷ ପରେ ବି ଜଳରେ ହନୁମାନଙ୍କ ମୃତ୍ୟୁ ହେବନି ବୋଲି ବରଦାନ ଦେଇଛନ୍ତି ବରୁଣ ଦେବ । ବ୍ରହ୍ମଦେବଙ୍କ ଠାରୁ ହନୁମାନଙ୍କୁ ଦୀର୍ଘାୟୁ ବରଦାନ ମିଳିଛି । ସେ ନିଜ ଇଚ୍ଛା ଅନୁସାରେ କୌଣସି ବି ରୂପ ଧାରଣ କରି କୁଆଡେ ବି ଯାଇପାରିବେ ।