LIVE TV

ସନ୍ନିଙ୍କ ପତ୍ନୀଙ୍କର ରହିଛି ରାଜପରିବାର ସହ କନକସନ, ଲାଇମଲାଇଟ୍‌ରୁ ଦୂରରେ ଥାଇବି ବଲିଉଡରେ କରିଛନ୍ତି କାମ

NEWS7
reliance-jio-user-can-watch-ipl-2020-live-streaming-free-with-these-plans

ନୂଆଦିଲ୍ଲୀ ୧୫।୧୧; ଦେଓଲ ପରିବାର ଚଳଚ୍ଚିତ୍ର ଜଗତର ସବୁଠାରୁ ପ୍ରସିଦ୍ଧ ପରିବାର ମଧ୍ୟରୁ ଗୋଟିଏ। ଧର୍ମେନ୍ଦ୍ରଙ୍କ ପରେ, ତାଙ୍କ ପୁଅ ସନି ଦେଓଲ ଏବଂ ବବି ଦେଓଲ ଓ ବର୍ତ୍ତମାନ ସେମାନଙ୍କ ପିଲାମାନେ ତାଙ୍କ ପିଢିକୁ ଆଗକୁ ନେବେ। ସମ୍ପୂର୍ଣ୍ଣ ପରିବାର ସବୁବେଳେ କୌଣସି ନା କୌଣସି କାରଣରୁ ଖବରରେ ରହିଥିବାବେଳେ, ଜଣେ ବ୍ୟକ୍ତି ଯିଏ ସବୁବେଳେ ଲାଇମଲାଇଟ୍ରୁ ଦୂରରେ ରହନ୍ତି। ସେ ହେଉଛନ୍ତି ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଦେଓଲ।

ବିବାହ ହେଉ କିମ୍ବା ସକସେସ୍ ପାର୍ଟି, ପ୍ରତ୍ୟେକ କାର୍ଯ୍ୟକ୍ରମରେ ସମଗ୍ର ପରିବାର ନଜର ଅସିଥାଏ। କିନ୍ତୁ ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଦେଓଲଙ୍କୁ ଖୁଵ୍ କମ୍ ଦେଖିବାକୁ ମିଳେ । ଅନେକ ଲୋକ ହୁଏତ ଜାଣି ନଥିବେ ଯେ ସେ ରାଜପରିବାରରୁ ଆସିଛନ୍ତି । ତେବେ ଚାଲନ୍ତୁ ଜାଣିବା ସନି ଦେଓଲଙ୍କ ପତ୍ନୀଙ୍କ ବିଷୟରେ । ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଦେଓଲଙ୍କ ପ୍ରକୃତ ନାମ ଲିଣ୍ଡା ମହଲ। ତାଙ୍କ ପିତା କୃଷ୍ଣା ରାଜ ମହଲ ଭାରତୀୟ ବଂଶୋଦ୍ଭବ ଥିଲେ। କିନ୍ତୁ ତାଙ୍କ ମାଆ ଜୁନ୍ ବ୍ରିଟିଶ ବଂଶୋଦ୍ଭବ ଥିଲେ। ସେଥିପାଇଁ ତାଙ୍କ ଲାଳନ ପାଳନ ଲଣ୍ଡନରେ ହୋଇଥିଲେ। କୁହାଯାଏ ଯେ ପୂଜାଙ୍କ ମାଆ ଏକ ବ୍ରିଟିଶ ରାଜ ପରିବାରରୁ ଆସିଛନ୍ତି।

ପୂଜା ଏବଂ ସନ୍ନି ଦେଓଲ ୧୯୮୪ ମସିହାରେ ବିବାହ କରିଥିଲେ। ଲଣ୍ଡନରେ ସେମାନଙ୍କର ବିବାହ ଏକ ଗୁପ୍ତ ସମାରୋହ ହୋଇଥିଲା। ଯାହା ବିଷୟରେ ଇଣ୍ଡଷ୍ଟ୍ରି କିଛି ଜାଣି ନଥିଲା । ସନ୍ନି ତାଙ୍କ କ୍ୟାରିଅର ଯୋଗୁଁ ସେମାନଙ୍କ ବିବାହକୁ ସିକ୍ରେଟ୍ ରଖିଥିଲେ । ହେଲେ କିଛି ସମୟ ପରେ ଏହାର ଖୁଲାସା ହୋଇଥିଲା । ସନ୍ନି ଏବଂ ପୂଜାଙ୍କର ଦୁଇଟି ସନ୍ତାନ ଅଛନ୍ତି, କରଣ ଏବଂ ରାଜବୀର।

ପୂଜା ଦେଓଲ ମଧ୍ୟ ଚଳଚ୍ଚିତ୍ରରେ ଆକ୍ଟିଭ

ପୂଜା ଦେଓଲ ହୁଏତ ଲାଇମଲାଇଟରୁ ଦୂରରେ ରହିପାରନ୍ତି, କିନ୍ତୁ ସେ ଚଳଚ୍ଚିତ୍ର ଶିଳ୍ପରେ ଆକ୍ଟିଭ୍ ଅଛନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ ପୂଜା ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ୟମଲା ପଗଲା ଦିୱାନା ୨ ପାଇଁ କାହାଣୀ ଲେଖିଥିଲେ। ଧର୍ମେନ୍ଦ୍ର ତାଙ୍କ ଦୁଇ ସନ୍ତାନ, ସନ୍ନି ଏବଂ ବବିଙ୍କ ସହିତ ଏହି ଚଳଚ୍ଚିତ୍ରରେ ନଜର ଆସିଥିଲେ। ତାଙ୍କୁ ଏହି ଚଳଚ୍ଚିତ୍ରରେ ତାଙ୍କର ପ୍ରକୃତ ନାମ ଲିଣ୍ଡା ନାମରେ ଶ୍ରେୟ ଦିଆଯାଇଥିଲା।