୨୫ ବର୍ଷରେ ରାଜ୍ୟର ଅଗ୍ରଣୀ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ‘ପ୍ରଗତି ମିଲ୍କ’

NEWS7
reliance-jewels-dream-diamond-sale-customers-get-up-to-30-off-on-diamond-jewellery

କଟକ ୪।୧: ବିଶ୍ୱାସ, ଭରସା ସହ ଶୁଦ୍ଧତା ଓ ଗୁଣବତ୍ତା ବଜାୟ ରଖି ୨୫ ବର୍ଷରେ ପାଦ ଥାପିଛି ରାଜ୍ୟର ଅଗ୍ରଣୀ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ପ୍ରଗତି ମିଲ୍କ । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରୌପ୍ୟ ଜୟନ୍ତୀ ପାଳନ କରିଛି କମ୍ପାନୀ । ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସଂପଦ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରଦୀପ ପ୍ରଜ୍ବଳନ କରି ରୌପ୍ୟ ଜୟନ୍ତୀ ସମାରୋହକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଶିଳ୍ପ ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭଣେ, ପ୍ରଗତି ମିଲ୍କର ପରିଚାଳନା ନିର୍ଦ୍ଦେଶକ ପ୍ରଦୋଷ ରାଉତ, ପଶୁପତି ଫିଡ୍ସର ଅଧ୍ୟକ୍ଷ ପ୍ରକାଶ ରାଉତ ଯୋଗ ଦେଇଥିଲେ । ଏହି ଅବସରରେ ଦୀର୍ଘ ବର୍ଷ ଧରି କମ୍ପାନୀ ସହ ଜଡିତ କର୍ମଚାରୀ, ଡ଼ିଷ୍ଟ୍ରିବ୍ୟୁଟର ମାନଙ୍କୁ କମ୍ପାନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଲିଉଡର ଅନେକ ଅଭିନେତା, ଅଭିନେତ୍ରୀ ଯୋଗ ଦେଇଥିଲେ ।