ଲ୍ୟାପ୍‌ଟପ୍ ବଦଳରେ ପାର୍ସଲ୍‌ରେ ଆସିଥିଲା ମାର୍ବଲ୍, ବର୍ଷକ ପରେ ମିଳିଲା ନ୍ୟାୟ

NEWS7
reliance-disney-to-stop-completely-free-ipl-cricket-streaming-in-india-said-sources

ସମ୍ୱଲପୁର ୧୦/୦୨: ଅନ୍ ଲାଇନ ଅର୍ଡର୍ କରିଥିଲେ ଲାପ୍‌ଟପ୍ । ହେଲେ ଗ୍ରାହକଙ୍କୁ ଲ୍ୟାପ୍‌ଟପ୍ ବଦଳରେ ଆସିଥିଲା ମାର୍ବଲ୍ ଖଣ୍ଡ । ତେବେ ଏହି ଘଟଣାକୁ ନେଇ ଖାଉଟି ଅଦାଲତରେ ପହଞ୍ଚିଥିଲା ମାମଲା । ହେଲେ ଏବେ ସମ୍ପୃକ୍ତ ଇ-କମର୍ସ କମ୍ପାନୀକୁ ଦଣ୍ଡିତ କରିବା ସହ ଜରିମାନା କରାଯାଇଛି । ଗତବର୍ଷ ଫେବୃଆରୀ ୨୫ ତାରିଖରେ ଏହି ଘଟଣା ଘଟିଥିଲା । ଏବେ ୨୦୨୬ରେ ହୋଇଛି ଫୈସଲା । ଗ୍ରାହକ ଝାଙ୍କରପାଲି ଅଞ୍ଚଳର ଡ. ଚଉବର୍ଗ ନାୟକ ଏନେଇ ପ୍ରଥମେ ସମ୍ପୃକ୍ତ ଇ-କମର୍ସ ସଂସ୍ଥାରେ ଅଭିଯୋଗ କରିବା ପରେ ଥାନା ଓ ଶେଷରେ ସମ୍ବଲପୁର ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ ।

ସୂଚନା ଥାଉକି, ଇ-କମର୍ସ କମ୍ପାନୀରୁ ୬୦ ହଜାର ୭୯୯ ଟଙ୍କା ମୂଲ୍ୟର ଜଣାଶୁଣା ବ୍ରାଣ୍ଡର ଲ୍ୟାପ୍ଟପ୍ ଅର୍ଡର୍ କରିଥିଲେ । ପ୍ରଡକ୍ଟଟି ପ୍ରିପେଡ୍ ମୋଡ୍ରେ ଥିବାରୁ ଡେଲିଭରି ହେବା ପୂର୍ବରୁ ସେ ଏହାର ଅଗ୍ରୀମ ପେମେଣ୍ଟ କରିଥିଲେ । ମାତ୍ର ଏହାକୁ ଖୋଲିବା ପରେ ସେଥିରେ ଲ୍ୟାପଟପ ପରିବର୍ଭେ ଏକ ମାର୍ବଲ ଖଣ୍ଡ ଥିବା ଦେଖିବାକୁ ମିଳିଥିଲା। ଫଳରେ ଖାଉଟି ଅଦାଲତରେ ଦ୍ଵାରସ୍ଥ ହୋଇଥିଲେ ।

also read...

ଦୋକାନ କାନ୍ଥରେ କଣା କଲେ, ଲୁଟି ନେଲେ କୋଟିଏ ଟଙ୍କାର ସୁନା ଗହଣା...

ଅଦାଲତ ମାମଲାର ତଦନ୍ତ କରି ଇ- କମର୍ସ ସଂସ୍ଥାକୁ ଜରିମାନା କରିଛନ୍ତି। ଲ୍ୟାପ୍ଟପ୍ ବାବଦକୁ ୬୦ ହଜାର, ମାମଲା ସମ୍ପର୍କିତ ଖର୍ଚ ବାବଦକୁ ୨୫ ହଜାର ଓ କ୍ଷତିପୂରଣ ରଣ ବାବାଦକୁ ୫ ହଜାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାୟ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ପ୍ରାପ୍ୟ ପ୍ରଦାନ କରିବାକୁ ରାୟ ଶୁଣାଇଛନ୍ତି ଅଦାଲତ ।