ଘୁଞ୍ଚିଲା ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ର ରିଲିଜ୍ ଡେଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ

Published By : Prameya-News7 Bureau | March 17, 2025 IST

ମୁମ୍ବାଇ ୧୭।୦୩: ପୁଣି ଥରେ ବଡ ପରଦାରେ ଧମାଲ କରିବେ ଜାହ୍ନବୀ କପୁର ଓ ବରୁଣ ଧୱନ୍‌। ତାଙ୍କର ଅପକମିଂ ରୋମାଣ୍ଟିକ କମେଡି ଫିଲ୍ମ ‘ସନି  ସଂସ୍କାରୀ କୀ ତୁଲସୀ କୁମାରୀ’। ଏହି ଫିଲ୍ମକୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଫିଲ୍ମଟି ଆସନ୍ତା ଏପ୍ରିଲ ୧୮ରେ ରିଲିଜ୍‌ ହେବାର ଥିଲା । କିନ୍ତୁ ଧର୍ମା ପ୍ରଡକ୍ସନ୍‌ ଏହାର ରିଲିଜ୍‌ ତାରିଖକୁ ଆଗକୁ ବଢ଼ାଇ ଦେଇଛି । ସେ ଅନୁସାରେ ଫିଲ୍ମଟି ଏବେ ସେପ୍ଟେମ୍ବର ୧୨ରେ  ରିଲିଜ୍‌ ହେବ । 

ନିକଟରେ ରାଜସ୍ଥାନର ଉଦୟପୁରରେ ଫିଲ୍ମର ସୁଟିଂ ଶେଷ ହୋଇଥିଲା । ଏଥିରେ ବରୁଣ, ଜାହ୍ନବୀଙ୍କ ବ୍ୟତୀତ ସାନ୍ୟା ମଲହୋତ୍ରା, ମନୀଷ ପଲ୍‌, ଅକ୍ଷୟ ଓବରୟ ଓ ରୋହିତ ସରାଫ୍‌ ଲିଡ୍‌  ରୋଲ୍‌ରେ ନଜର ଆସିବେ । ଫିଲ୍ମର କାହାଣୀ ଦୁଇ ବିପରୀତମୁଖୀ ଚରିତ୍ର ସନି(ବରୁଣ ଧୱନ୍‌) ଓ ତୁଲସୀ କୁମାରୀ(ଜାହ୍ନବୀ କପୁର) ଙ୍କ ଉପରେ ପର୍ଯ୍ୟବସିତ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖୈତାନ୍‌ । ପ୍ରଯୋଜନାରେ ଅଛନ୍ତି କରଣ ଜୋହର, ଅଦର ପୁନାୱାଲା, ଅପୂର୍ବ ମେହତା ଓ ଶଶାଙ୍କ ଖୈତାନ । ସେପଟେ ଏହି  ଫିଲ୍ମ ବ୍ୟତୀତ ଜାହ୍ନବୀଙ୍କୁ ‘ପରମ ସୁନ୍ଦରୀ’ରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.