ଖୁବ ଶୀଘ୍ର ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ! ଆସନ୍ତା ସପ୍ତାହରେ ନୂଆଦିଲ୍ଲୀ ଗସ୍ତ କରିବେ ୱାଶିଂଟନର ଅଧିକାରୀ

NEWS7
rekha-gupta-government-gets-cms-official-x-handle

ନୂଆଦିଲ୍ଲୀ: ପୁଟିନଙ୍କ ଭାରତ ଗସ୍ତ ଦେଖି ଆମେରିକା ବାୟା। ନୂଆଦିଲ୍ଲୀ ଆସିବେ ଟ୍ରମ୍ପଙ୍କ ରାଇଟ୍ ହ୍ୟାଣ୍ଡ। ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ଡିଲ ହୋଇପାରେ। ସରକାରୀ ସୂତ୍ର ଅନୁସାରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିବା ପାଇଁ ଆମେରିକୀୟ ଅଧିକାରୀଙ୍କ ଏକ ଟିମ୍ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିପାରନ୍ତି।

ଆମେରିକୀୟ ଅଧିକାରୀଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସେମାନେ ଭାରତ-ଆମେରିକୀୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ କରିବା ପାଇଁ କାମ କରୁଛନ୍ତି। ସୂତ୍ର ଅନୁସାରେ, ଏହି ଟିମ୍ ଆସନ୍ତା ସପ୍ତାହରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତାରିଖ ଚୂଡ଼ାନ୍ତ ନେଇ ଆଲୋଚନା ଚାଲିଛି।

ରୁଷୀୟ ଅଶୋଧିତ ତୈଳ କ୍ରୟ ପାଇଁ ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଏବଂ ଅତିରିକ୍ତ ୨୫ ପ୍ରତିଶତ ଜରିମାନା ଲାଗୁ ହେବା ପରେ ଆମେରିକୀୟ ଅଧିକାରୀଙ୍କ ଏହି ଗସ୍ତ ଦ୍ୱିତୀୟ ହେବ। ପୂର୍ବ ଗସ୍ତ ସେପ୍ଟେମ୍ବର ୧୬ ତାରିଖରେ ହୋଇଥିଲା। ସେପ୍ଟେମ୍ବର ୨୨ ତାରିଖରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ବାଣିଜ୍ୟ ଆଲୋଚନା ପାଇଁ ଏକ ସରକାରୀ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ଆମେରିକା ଗସ୍ତ କରିଥିଲେ। ତାଙ୍କ ସହିତ ମନ୍ତ୍ରଣାଳୟର ତତ୍କାଳୀନ ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଥିଲେ।

ଭାରତ ଏବଂ ଆମେରିକା ଦୁଇଟି ସମାନ୍ତରାଳ ଭାବେ ଆଲୋଚନା କରୁଛନ୍ତି। ପ୍ରଥମତଃ ଟାରିଫ ସମାଧାନ ପାଇଁ ବାଣିଜ୍ୟ ଚୁକ୍ତିନାମା ଏବଂ ଅନ୍ୟଟି ଏକ ବ୍ୟାପକ ବାଣିଜ୍ୟ ଚୁକ୍ତିନାମା ଉପରେ। ଫେବୃଆରୀରେ ଉଭୟ ଦେଶର ଲିଡର ଏକ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା (BTA) ଉପରେ ଆଲୋଚନା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଚୁକ୍ତିନାମା ଦ୍ୱାରା ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ବର୍ତ୍ତମାନର ୧୯୧ ବିଲିୟନ ଆମେରିକୀୟ ଡଲାରରୁ ୫୦୦ ବିଲିୟନ ଆମେରିକୀୟ ଡଲାରକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରଖାଯାଇଛି।