ଦକ୍ଷିଣ ଆଫ୍ରିକାରୁ ଆସିବେ ଚିତା : ନନ୍ଦନ କାନନରେ ଆରମ୍ଭ ହେବ ଚିତାବାଘ ସଫାରୀ

NEWS7
rekha-gupta-government-gets-cms-official-x-handle

ଭୁବନେଶ୍ୱର, ୧୭/୦୨ : ଓଡିଶା ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ଚିତା ବାଘ । ଚିଡିଆଖାନାରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ସୂଅ ଛୁଟିବ । ନନ୍ଦନକାନନର ବନ୍ୟଜନ୍ତୁ ଅଧ୍ୟାୟରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଗକୁ କିଛି ଏପିରି ଯୋଜନା ରହିଛି । ଏବେ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଯିବାକୁ ପଡିବନି । ବରଂ ଓଡିଶାରେ ସେମାନଙ୍କ ସଫାରୀ କରିହେବ ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ରାଜ୍ୟ ସରକାର ଏବେ ନନ୍ଦନକାନନକୁ ଚିତା ଆଣିବାକୁ ଯୋଜନା କରୁଛନ୍ତି । ପରେ ଅନ୍ୟ ଜଙ୍ଗଲକୁ ଚିତା ଆସିବେ । ଏଥିପାଇଁ ବେସରକାରୀ ଅନୁଷ୍ଠାନକୁ ନିୟୋଜିତ କରାଯିବ । ଦକ୍ଷିଣ ଆଫ୍ରିକାରୁ ଏମାନଙ୍କୁ ଅଣାୟିବା ନେଇ ଲକ୍ଷ୍ୟ ରହିଛି ।

ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ କହିବାନୁସାରେ, ଖୁବ୍ ଶୀଘ୍ର ଚିଡିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ । ସେମାନଙ୍କୁ ଦକ୍ଷିଣ ଆଫ୍ରିକାରୁ ଅଣାଯିବ । ଉଭୟ ପୁରୁଷ ଏବଂ ମାଇ ଚିତା ଆସିବେ । ସେମାନଙ୍କୁ ଆଣିବା ପାଇଁ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯିବ । ଏନେଇ ଖୁବ୍ ଶୀଘ୍ର ଟେଣ୍ଡର ହେବ ।

ସେ ଆହୁରି କହିଛନ୍ତି ଯେ, ଟେଣ୍ଡର ଯେଉଁ କମ୍ପାନୀକୁ ମିଳିବ ସେହି ସଂସ୍ଥା ଚିଡିଆଖାନା ଚୟନଠୁ ଆରମ୍ଭ କରି ସେମାନଙ୍କୁ ନନ୍ଦନକାନନେ ରଖିବା ପାଇଁ ବ୍ୟବସ୍ଥା କରିବ । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ସରକାରଙ୍କ ଅନୁମୋଦନ ପରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ।

ଚିତା ହେଉଛନ୍ତି ବିଶ୍ୱର ସବୁଠୁ ଦ୍ରୁତ ବେଗରେ ଧାଇଁ ପାରୁଥିବା ଜନ୍ତୁ । ସେମାନେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଧାଇଁ ପାରନ୍ତି । ଏହାଦ୍ୱାରା ଶିକାର କରିବା ସହଜ ହୋଇଯାଏ । ସେମାନଙ୍କ ରହିବା ପାଇଁ ବିସ୍ତୀର୍ଣ୍ଣ ଜାଗା ଆବଶ୍ୟକ । ଯାହା ଆଗାମୀ ଦିନରେ ନନ୍ଦନକାନନରେ ତିଆରି କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।