ଗାଜା ପୁନନିର୍ମାଣ ନିମନ୍ତେ ‘ବୋର୍ଡ ଅଫ ପିସ୍’ରେ ସାମିଲ ହେବା ଲାଗି ପୁଟିନଙ୍କୁ ନିମନ୍ତ୍ର କଲେ ଟ୍ରମ୍ପ

NEWS7
reason-why-shah-rukh-khan-has-female-bodyguards

ମସ୍କୋ ୧୯।୧: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବୋର୍ଡ ଅଫ ପିସ୍’ରେ ସାମିଲ ହେବା ଲାଗି ଆମନ୍ତ୍ରଣ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ ପରବର୍ତ୍ତି ଗାଜାରେ ଶାସନ ଓ ପୁନନିର୍ମାଣ ଦେଖରେଖ କରିବା। ଏହି ସୂଚନା ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ ସୋମବାର ଦିଆଯାଇଛି। କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ବୋର୍ଡ ଅଫ ପିସ୍ ରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି।

ଏହି ଆମନ୍ତ୍ରଣ ମିଳିବା ପରେ ୱାସିଂଟନ ସହ ମିଶି ମସ୍କୋ ପ୍ରସ୍ତାବର ସବୁ ଦିଗ ପ୍ରତି ସ୍ପଷ୍ଟ ହେବାକୁ ଉଦ୍ୟମ କରୁଛି। ଗାଜାକୁ ନେଇ ବୋର୍ଡ ଅଫ ପିସ୍ ର ଅଧ୍ୟକ୍ଷତା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିବେ। ତେବେ ଯୁଦ୍ଧଗ୍ରସ୍ତ କ୍ଷେତ୍ରରେ ଶାସନର ଦାୟିତ୍ୱ ସମ୍ଭାଳିବା ଲାଗି ବୈଷୟିକ ବିଶେଷଜ୍ଞଙ୍କ ଏକ ପାଲେଷ୍ଟେନୀୟ କମିଟି ମଧ୍ୟ ଏଥିରେ ସାମିଲ ହେବ। ଯାହାଦ୍ୱାରା ଗାଜାର ଆଇନଶୃଙ୍ଖଳା ଓ ଯୁଦ୍ଧ ପରବର୍ତ୍ତି ପୁନନିର୍ମାଣକୁ ମାର୍ଗଦର୍ଶ କରାଯାଇ ପାରିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଦୀର୍ଘ ସମୟରୁ ଜାରିଥିବା ସଂଘର୍ଷକୁ ସମାପ୍ତ କରିବା ପାଇଁ ‘ବୋର୍ଡ ଅଫ ପିସ୍’ ଗଠନ କରିଛନ୍ତି। ଏଥିରେ ସାମିଲ ହେବାକୁ ଟ୍ରମ୍ପ ବିଶ୍ୱ ନେତାମାନଙ୍କୁ ଆମନ୍ତ୍ରଣ କରୁଛନ୍ତି। ଏହି କ୍ରମରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏଥି ପାଇଁ ନିମନ୍ତ୍ରଣ କରିଛନ୍ତି। ହ୍ୱାଇଟ୍ ହାଉସ ର ଅଧିକାରୀକ ବୟାନ ଅନୁସାରେ ଏହି ବୋର୍ଡ ଟ୍ରମ୍ପଙ୍କ କମ୍ପ୍ରିହେନସିଭ ପ୍ଲାନ ଟୁ ଏଣ୍ଡ ଦି ଗାଜା କନଫ୍ଲିକ୍ଟ ନାମକ ୨୦ ସୂତ୍ରୀ ରୋଡ ମ୍ୟାପ୍ ର ଅଂଶ ବିଶେଷ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଗାଜାରେ ଶାନ୍ତି, ସ୍ଥିରତା, ପୁନନିର୍ମାଣ ଓ ସମୃଦ୍ଧି ସୁନିଶ୍ଚିତ କରିବା।