LIVE TV
LIVE TV

ରାଜ୍ୟର ୫୧ ବନଖଣ୍ଡରେ ଅଛି ଇକୋ ଟୁରିଜିମ୍, ୪୧ଟି ଚାଲିଛି କ୍ଷତିରେ : ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର

NEWS7
ready-to-bear-losses-but-will-not-do-business-with-pakistan---indian-businessmen-took-a-pledge--

ଭୁବନେଶ୍ବର ୨।୧୨: ରାଜ୍ୟର ୫୧ଟି ବନଖଣ୍ଡରେ ଅଛି ଇକୋ ଟୁରିଜିମ୍ । ମାତ୍ର ୧୦ଟି ଇକୋ ଟୁରିଜିମ୍କୁ ଛାଡିଦେଲେ ବାକି ସବୁ କ୍ଷତିରେ ଚାଲିଛି । ଗୃହରେ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୫୧ଟି ବନଖଣ୍ଡରେ ଇକୋ ଟୁରିଜିମ୍ ରହିଛି । ହେଲେ ସେଥିମଧ୍ୟରୁ ୧୦ଟି ଲାଭରେ ଚାଲୁଛି । ଆଉ ସବୁ କ୍ଷତିରେ ଚାଲୁଛି । ମନ୍ତ୍ରୀ କହିଛନ୍ତି, ଆପଣ ମାନେ ଯେଉଁ ଦାବି ଉଠାଉଛନ୍ତି ଯଦି ସେହି ସ୍ଥାନ ଗୁଡିକ ଫିଜିଭିଲିଟି ହେବ ତାହାଲେ ବିଭାଗ ବିଚାର କରିବ । ଗତବର୍ଷ ଏଥି ନିମନ୍ତେ ୮୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଅତିରିକ୍ତ ବଜେଟ୍ରେ କଟେଜ୍ ଓ ଇକୋ ଟୁରିଜିମ୍ କରିବା ନିମନ୍ତେ ୮୦କୋଟି ଟଙ୍କା ରଖାଯାଇଛି ।

ପ୍ରଶ୍ନକାଳରେ ସଦସ୍ୟ ମାନେ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ନୂଆ ଇକୋ ଟୁରିଜିମ୍ ଓ କଟେଜ୍ କରିବା ପାଇଁ ଦାବି କରିଥିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ଉତ୍ତର ରଖିଛନ୍ତି ।