ନୂଆଦିଲ୍ଲୀ ୩୦।୦୮; IPL ୨୦୨୫ର ଟାଇଟଲ ଜିତିଥିଲା RCB । ଏହା ପରେ, ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟ୍ରଫି ଜିତିବାର ଉତ୍ସବ ପାଳନ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବହୁ କ୍ରିକେଟ ପ୍ରଶଂସକ ଏକାଠି ହୋଇଥିଲେ ଏବଂ ଦଳାଚକଟା ହୋଇଥିଲା। ଏହି କାରଣରୁ ୧୧ ଜଣଙ୍କ ଜୀବନ ଚାଲି ଯାଇଥିଲା। ବର୍ତ୍ତମାନ RCB ଟିମ୍ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛି।
𝗥𝗖𝗕 𝗖𝗮𝗿𝗲𝘀: 𝗢𝗳𝗳𝗶𝗰𝗶𝗮𝗹 𝗔𝗻𝗻𝗼𝘂𝗻𝗰𝗲𝗺𝗲𝗻𝘁
— Royal Challengers Bengaluru (@RCBTweets) August 30, 2025
Our hearts broke on June 4, 2025.
We lost eleven members of the RCB family. They were part of us. Part of what makes our city, our community & our team unique. Their absence will echo in the memories of each one of… pic.twitter.com/1hALMHZ6os
ଏନେଇ RCB ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି। ଯେଉଁଥିରେ ଲେଖାଯାଇଛି ଯେ ୪ ଜୁନ ୨୦୨୫ ରେ ଆମର ହୃଦୟ ଭାଙ୍ଗି ଯାଇଥିଲା। ଆମେ RCB ପରିବାରର ୧୧ ଜଣଙ୍କୁ ହରାଇଲୁ, ଯେଉଁମାନେ ଆମର ଅଂଶ ଥିଲେ। ସେମାନଙ୍କ ଅନୁପସ୍ଥିତି ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ। ଯେତେ ସହଯୋଗ କଲେ ବି ସେମାନଙ୍କ ଦ୍ୱାରା ଛାଡିଯାଇଥିବା ସ୍ଥାନ ପୂରଣ କରିପାରିବ ନାହିଁ। କିନ୍ତୁ ପ୍ରଥମ ପଦକ୍ଷେପ ଏବଂ ଗଭୀର ସମ୍ମାନ ସହିତ, RCB ସେମାନଙ୍କ ପରିବାରକୁ ୨୫- ଲକ୍ଷ ଟଙ୍କା ଦେଇଛି। କେବଳ ଆର୍ଥିକ ସାହାଯ୍ୟ ଭାବରେ ନୁହେଁ, ବରଂ ଏକତା ଏବଂ ନିରନ୍ତର ଯତ୍ନର ପ୍ରତିଶ୍ରୁତି ଭାବରେ।
ଦଳାଚକଟା ପରେ, କର୍ଣ୍ଣାଟକ ସରକାର ଡି'କୁନ୍ହା ଆୟୋଗ ଗଠନ କରିଥିଲେ। ଏହା ପରେ, କମିଶନ ତାଙ୍କ ରିପୋର୍ଟରେ କହିଥିଲେ ଯେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବଡ଼ ଇଭେଣ୍ଟ ପାଇଁ ଅସୁରକ୍ଷିତ। ଏହା ପରେ, ବେଙ୍ଗାଲୁରୁରେ ହେବାକୁ ଥିବା ମହିଳା ବିଶ୍ୱକପ୍ ୨୦୨୫ର ମ୍ୟାଚ୍ ଗୁଡ଼ିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମ୍ୟାଚ୍ ଗୁଡ଼ିକ ନବି ମୁମ୍ବାଇର ଗ୍ରାଉଣ୍ଡରେ ଖେଳାଯିବ।