ରିମାଣ୍ଡରେ ହାର୍ଡକୋର ଅପରାଧୀ ମଧୁକାନ୍ତ, କେମିତି ହୋଇଥିଲେ ଫେରାର ସତ ଓଗାଳିବ ପୋଲିସ

NEWS7
rbi-may-raise-repo-rate-by-50-bps-in-monetary-policy-review-this-week

ଚୌଦ୍ବାର ୧୭।୨: ଚୌଦ୍ବାର ଜେଲ୍ରୁ ଖସି ପଳାଇଥିବା ହାର୍ଡକୋର୍ ଅପରାଧୀ ମଧୁକାନ୍ତ କୁମାର ରଣାକୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ଅଧିକ ପଚରା ଉଚରା ପାଇଁ ମଙ୍ଗଳବାର ଠାରୁ ୬ ଦିନ ରିମାଣ୍ଡରେ ନେଲା ପୋଲିସ । ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଖୋଳତାଡ କରିବ ପୋଲିସ । ଚୌଦ୍ବାର ଥାନା ତତଫରୁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ମଧୁକାନ୍ତକୁ ନିଆଯାଇଛି । ଅକ୍ଟୋବର ୩ ତାରିଖରେ ମଧୁକାନ୍ତ ଓ ତାଙ୍କ ସହଯୋଗୀ ଚୌଦ୍ଵାର ଜେଲ୍ରୁ ଫେରାର ହୋଇଯାଇଥିଲେ । ଗତ ଗୁରୁବାର ବୃନ୍ଦାବନରୁ ମଧୁକାନ୍ତକୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ୍ । ମଧୁକାନ୍ତ ରଣା ସହ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ରାଜା ସାହାଣୀ ।

ଏ ଖବର ବି ପଢ଼ନ୍ତୁ:- ଅଧିବେଶନ ଆରମ୍ଭରୁ ରୋଚକ ଦୃଶ୍ୟ, ବଦଳିଲା ଦୁଇ ନେତାଙ୍କ ବିଧାନସଭା ବସିବା ସିଟ୍

ସୂଚନାଯୋଗ୍ୟ ଯେ, ଚୌଦ୍ବାର ଜେଲ୍ରୁ ଗତ ଅକ୍ଟୋବର ମାସ ୨ ତାରିଖ ରାତି ସମୟରେ ହାର୍ଡକୋର ଅପରାଧୀ ମଧୁକାନ୍ତ କୁମାର ରଣା ଓ ତାର ଅନ୍ୟ ସହଯୋଗୀ ରାଜା ସାହାଣୀ ଚୌଦ୍ବାର ଜେଲ୍ରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଦୀର୍ଘ ୫ ମାସ ପରେ କମିଶନରେଟ୍ ପୋଲିସର ଗୋଟିଏ ଟିମ୍ ଉତ୍ତର ପ୍ରଦେଶର ବୃନ୍ଦାବନରେ ଥିବା ଏକ ଗେଷ୍ଟ ହାଉସ୍ରୁ ମଧୁକାନ୍ତକୁ ଧରିବାରେ ସକ୍ଷମ ହୋଇଥିଲା । ପରେ ତାକୁ କମିଶନରେଟ୍ ପୋଲିସ ୧୪ ତାରିଖ ଦିନ ଧରି ଚୌଦ୍ବାର ଜେଲ୍କୁ ଆଣି ୩ ନମ୍ବର ସେଲ୍ରେ ରଖିଥିଲା । ଅଧିକ ପଚରାଉଚରା ପାଇଁ ମଙ୍ଗଳବାର ଠାରୁ ମଧୁକାନ୍ତକୁ ୬ ଦିନ ରିମାଣ୍ଡରେ ନେଲେ କମିଶନରେଟ୍ ପୋଲିସ । ରିମାଣ୍ଡରେ ନେବା ପାଇଁ ପୂର୍ବରୁ କୋର୍ଟରେ ଆବେଦନ ହୋଇଥିଲା । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ଅବଧି ରହିଛି । ଚୌଦ୍ବାର ଥାନା ତରଫରୁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ମଧୁକାନ୍ତକୁ ନିଆଯାଇଛି । ତେବେ ରିମାଣ୍ଡ ସମୟରେ ମଧୁକାନ୍ତ ଠାରୁ ପୋଲିସ କ’ଣ ସତ ଓଗାଳୁଛି ଓ ଖସିଯାଇଥିବା ଅନ୍ୟ ଜଣେ ଅପରାଧୀ ରାଜା ସାହାଣୀ ପାଖରେ ପୋଲିସ କେବେ ପହଞ୍ଚୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।