ଆରବିଆଇ ଗଭର୍ଣ୍ଣରଙ୍କୁ ଭେଟିଲେ ବିଜେପି ସାଂସଦ, ଅର୍ଥ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତପୂର୍ଣ୍ଣ ଆଲୋଚନା

Published By : Prameya-News7 Bureau | July 11, 2025 IST

ହରିୟାଣା ୧୧/୦୭: ଆରବିଆଇ ଗର୍ଭର୍ଣ୍ଣରଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ଗୁରୁବାର ମହତାବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଅର୍ଥ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆରବିଆଇ ଗବର୍ଣ୍ଣର ସଞ୍ଜୟ ମାଲହୋତ୍ରା ଯୋଗ ଦେଇ ଦେଶର ଆର୍ଥିକ ପ୍ରଗତିରେ ପ୍ରସଙ୍ଗରେ ଆଭିମୁଖ୍ୟ ରଖିଥିଲେ । 

ପାଖାପାଖି ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା । ଅର୍ଥ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ବିଭିନ୍ନ ପ୍ରଶ୍ନ ଆର୍‌ବିଆଇ ଗରର୍ଣ୍ଣରଙ୍କୁ ପଚାରିଥିଲେ । ବୈଠକ ପରେ ସାଂସଦ ମହତାବ ଗଣମାଧ୍ୟମକୁ କହିଥଲେ ଆର୍‌ବିଆଇ ଗଭର୍ଣ୍ଣର ଦେଶର ଅର୍ଥନୀତି ଉପରେ ଉପସ୍ଥାପନ କରିଥିବା ତଥ୍ୟ ବିଶ୍ୱସନୀୟ ଥିଲା।


ଗଭର୍ଣ୍ଣର ମାଲହୋତ୍ରା ସଙ୍କେତ ଦେଇଥିଲେ ଯେ, ବିଶ୍ୱରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଭାରତର ଆର୍ଥିକ ପ୍ରଗତିରେ ତାହାର ବିଶେଷ ପ୍ରଭାବ ପଡ଼ିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଦେଶର ଅର୍ଥନୀତି ବିଶ୍ବ ଅର୍ଥନୀତିରେ ତୃତୀୟ ସ୍ଥାନ ରହିବ। ସେ ପ୍ରସଙ୍ଗରେ ମଧ୍ୟ ଗଭର୍ଣ୍ଣର ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। 

ପୂର୍ବର ଦୁଇ ହଜାର ଟଙ୍କା ନୋଟ୍ ଏବେବବି ଅଚଳ ହୋଇନାହିଁ । ତେବେ ଏହି କରେନ୍ସି ନୋଟ୍ ଆଉ ଛପାଯାଉ ନାହିଁ। ଦେଶର ଅର୍ଥନୀତିରେ ୧.୧୨ ଲକ୍ଷ ଜାଲ୍ ପାଞ୍ଚଶହ ଟଙ୍କିଆ ‌ନୋଟ୍ ରହିଛି । ତେବେ ପ୍ରଚଳିତତ ପାଞ୍ଚଶହ ଟଙ୍କିଆ  ନୋଟ୍ ‌ତୁଳନାରେ ଏହାର ପରିମାଣ ନଗଣ୍ୟ ବୋଲ ସେ କହିଥିଲେ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.