ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ବାନ, ରାୟଗଡ଼ା ପୋଲିସ ଲଗାଇଲା ବ୍ୟାନର

Published By : Prameya-News7 Bureau | July 10, 2025 IST

ମୁନିଗୁଡ଼ା ୧୦।୭: ସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ଓ ଥଇଥାନ ଯୋଜନାରେ ସାମିଲ ହେବାକୁ ମୁନିଗୁଡା ବସ୍‌ଷ୍ଟାଣ୍ଡ ଠାରେ ବ୍ୟାନର ଲଗାଇ ଆହ୍ୱାନ ଦେଇଛି ରାୟଗଡା ପୋଲିସ । ସେହିଭଳି ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁର ଛକ, ରାୟଗଡା-ଗଜପତି ସୀମା ଗରଡ଼ାମହା ଗ୍ରାମ, ଖମ୍ବସି ଏବଂ ନିୟମଗିରି ପାହାଡ ଅଞ୍ଚଳରେ ମଧ୍ୟ ବ୍ୟାନର ଲାଗିଥିବା ଦେଖିବାକୁ ମିଳୁଛି । ଆତ୍ମସମର୍ପଣ କଲେ ସେମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ, ଘର ନିର୍ମାଣ ଝିଅ ବାହାଘର ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ ସହ ସେମାନଙ୍କ ନାମରେ ଥିବା କେଶ ଗୁଡିକ ପ୍ରତ୍ୟାହାର କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ ୬୩୭୦୨୦୪୦୩୨ ଏବଂ ୮୬୫୮୪୬୫୬୫୨ ନମ୍ବରକୁ ଯୋଗାଯୋଗ କରିବା ପାଇଁ ପୋଷ୍ଟର ମାଧ୍ୟମରେ ପୋଲିସ ଅନୁରୋଧ କରିଛି ।

You Can Read:

ଫୁଲୁଛି ସୁବର୍ଣ୍ଣରେଖା, ତୃତୀୟ ବନ୍ୟା ଆଶଙ୍କା ନେଇ ଆଲର୍ଟରେ ପ୍ରଶାସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.