Vijay Hazare Trophy: ପାଡିକଲ୍ଲଙ୍କ ଚମତ୍କାର, ଝାଡ଼ଖଣ୍ଡ ବିରୁଦ୍ଧରେ ଅକଳ୍ପନୀୟ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା କର୍ଣ୍ଣାଟକ

NEWS7
ravi-shastri-reacts-after-yuzvendra-chahal-reveals-he-was-bullied-in-2013

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ନୂଆ ସଂସ୍କରଣର ଆରମ୍ଭ ଦମଦାର ହୋଇଛି । ପ୍ରଥମ ଦିନରେ ଗୋଟିଏ ପଟେ ବିଶାଳ ବିଶାଳ ସ୍କୋର ଦେଖିବାକୁ ମିଳିଥିଲା, ଅନ୍ୟପଟେ ବ୍ୟାଟରମାନେ ମଧ୍ୟ ନିଜର ଛାପ ଛାଡ଼ିଥିଲେ । ତେବେ ଆଜିର ସବୁଠୁ ରୋମାଞ୍ଚକର ମ୍ୟାଚ୍ କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ମଧ୍ୟରେ ହୋଇଥିଲା । ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲିଷ୍ଟ-ଏ କ୍ରିକେଟରେ ଦେଖାଯାଇଥିବା ମ୍ୟାଚ୍‌ରେ କର୍ଣ୍ଣାଟକ ସର୍ବାଧିକ ରନ୍ ଚେଜ୍ କରି ଇତିହାସ ଲେଖିଛି । ୧୫ ବଲ ଓ ପାଞ୍ଚଟି ୱିକେଟ୍ ବାକି ଥାଇ କର୍ଣ୍ଣାଟକ ୪୧୩ ରନର ଏକ ବିଶାଳ ଲକ୍ଷ୍ୟ ହାସଲ କରିଛି ।

ଏହି ରନ୍ ଚେଜ୍ ଏବେ ଲିଷ୍ଟ-ଏ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସଫଳ ରନ୍ ଚେଜ୍ । ୨୦୦୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ୪୩୫ ରନ୍‌ର ସଫଳ ଲକ୍ଷ୍ୟ ହାସଲ ଏହି ତାଲିକାରେ ଶୀର୍ଷରେ ରହିଛି ।

ଲିଷ୍ଟ-ଏ କ୍ରିକେଟରେ ସର୍ବାଧିକ ଲକ୍ଷ୍ୟ ହାସଲ

ଦକ୍ଷିଣ ଆଫ୍ରିକା - ୪୩୫ ବନାମ ଅଷ୍ଟ୍ରେଲିଆ (୨୦୦୬)

କର୍ଣ୍ଣାଟକ – ୪୧୩ ବନାମ ଝାଡଖଣ୍ଡ (୨୦୨୫)

କ୍ୱିନ୍ସଲ୍ୟାଣ୍ଡ - ୩୯୯ ବନାମ ତାସମାନିଆ (୨୦୧୪)

କରାଚୀ - ୩୯୨ ବନାମ ସିଆଲକୋଟ୍ (୨୦୦୪)

ମିଡିଲସେକ୍ସ - ୩୮୮ ବନାମ ଡରହାମ (୨୦୨୫)

ଆଜିର ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଝାଡ଼ଖଣ୍ଡ ୫୦ ଓଭରରେ ୯ ୱିକେଟ୍ ନେଇ ୪୧୨ ରନ୍ କରିଥିଲେ । ଝାଡ଼ଖଣ୍ଡ ପାଇଁ ଅଧିନାୟକ ଈଶାନ କିଷାନଙ୍କ ୩୯ ବଲ୍‌ରେ ୧୨୫ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ବିରାଟ ସିଂହ ୮୮, ଶିଖର ମୋହନ ୪୪, କୁସାଗ୍ରା ୬୩ ରନ୍ କରିଥିଲେ । ଏତେ ବଡ଼ ସ୍କୋର ସତ୍ତ୍ୱେ ଝାଡ଼ଖଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି କର୍ଣ୍ଣାଟକ । ଟିମ୍ ପାଇଁ ଓପନର ଦେବଦତ୍ତ ପାଡିକ୍କଲ୍ ୧୧୮ ବଲରେ ୧୪୭ ରନ୍ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା । କର୍ଣ୍ଣାଟକ ୧୫ ବଲ୍ ବାକି ଥାଇ ୪୧୨ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରିଥିଲା । ଏହା ବିଜୟ ହଜାରେ ଟ୍ରଫି ଇତିହାସରେ ସର୍ବାଧିକ ରନ୍ ଚେଜ୍ । ଲିଷ୍ଟ ଏ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍ ଚେଜ୍ । ପୂର୍ବରୁ ୨୦୦୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଏକ ଚମତ୍କାର ବିଜୟ ହାସଲ କରିଥିଲା ।