କଟକ ୨୮/୦୭: ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍ ହ୍ୟାକ୍ । କେହି ଦୃର୍ବୃତ୍ତ ୱେବସାଇଟ୍କୁ ହ୍ୟାକ୍ କରି ଦେଇଥିବା ଦେଖିବାକୁ ମିଳିଛି । ୱେବ୍ସାଇଟ୍କୁ କ୍ଲିକ୍ କଲେ ଖୋଲୁଛି ଏକ ବେଟିଂ ସାଇଟ୍ । ମୋବାଇଲ୍ରେ ୱେବ୍ସାଇଟ୍ ଖୋଲିଲେ ‘ବେଣ୍ଟୋ-ଫୋର୍ ଡି’ ପରି ଏକ ବେଟିଂ ପ୍ଲାଟ୍ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ ।
ରେଭେନ୍ସା ୱେବ୍ସାଇଟ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଥିଲା । ପେଜ୍ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଥିଲା । ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟା ପୂର୍ବଭଳି ଠିକ୍ ହୋଇ ଯାଇଥିଲା।
ତେବେ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସାର୍ଟିଫିକେଟ ଡାଉନଲୋଡ କରିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ୨ ବର୍ଷ ତଳେ ଏଭଳି ଅଭିଯୋଗ ଆସିଥିଲା । ଏବେ ପୁଣି ରେଭେନ୍ସାର ୱେବସାଇଟ୍ ହ୍ୟାକ ଅଭିଯୋଗ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଛି। ତେବେ ଏହି ଭଳି ହ୍ୟାକକୁ ରୋକିବା ପାଇଁ ଛଅ ବର୍ଷ ତଳେ ରେଭେନ୍ସା ପକ୍ଷରୁ ଦୁଇ କୋଟି ଟଙ୍କା ବ୍ୟୟରେ ବ୍ଲେଡ ସର୍ଭର ଲଗାଯାଇଥିଲା । ତଥାପି ସର୍ଭର ଲାଗିବା ସତ୍ତ୍ଵେ ୱେବ୍ ସାଇଟ୍ ହ୍ୟାକ କରାଯାଇଛି।