ମିନି ଜୁରାସିକ ସଂପ୍ରସାରଣ ଚାଲିଛି, ସମ୍ମୁଖ ଭାଗ ପାର୍କରେ ଖଞ୍ଜାଯିବ ନୂଆ ବିଜ୍ଞାନ ଉପକରଣ

NEWS7
ratha-katha-anukula-at-ritual-at-sabar-srikhetra

ଭୁବନେଶ୍ୱର ୨୪/୦୨: ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରସ୍ଥିତ ମିନି ଜୁରାସିକ(ଡାଇନୋସର) ପାର୍କର ସଂପ୍ରସାରଣ ଚାଲିଛି । ଏହି ପାର୍କର ସମ୍ମୁଖ ଭାଗରେ ଏକ ସୁସଜ୍ଜିତ ପାର୍କ ରହିବ । ପାର୍କରେ ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣ ଲାଗିବ । ରୋପ କ୍ଲାଇମ୍ବର ସହ ଏଲଇଡି ଇଣ୍ଟରାକ୍ଟିଭ୍ ବୋର୍ଡର ବ୍ୟବସ୍ଥା ରହିବ । ସେହିପରି ଅଧିକ ଦୁଇଟି ଡାଇନୋସରଙ୍କ ପ୍ରତିକୃତିଏହି ପାର୍କରେ ଠିଆ ହେବେ । ଏହି ଡାଇନୋସରଙ୍କୁ ନେଇ ସେଲି୍ଫ ପଏଣ୍ଟ୍ କରାଯିବ ।

ଏହାର ନାଁ ରହିବ ସେଲ୍ଫି ୱିଥ୍ ଡାଇନୋସର, ପିଲାମାନେ ଆସିଲେ ଡାଇନାସୋରଙ୍କ ସହ ଫଟୋ ଉଠାଇବେ । ଏହି ମିନି ଜୁରାସିକ ପାର୍କରେ ଗାଇଡର ମଧ୍ୟ ନିଯୁକ୍ତି ପାଇବେ । ଯେଉଁମାନେ ପରିଦର୍ଶକଙ୍କୁ ଡାଇନାସୋରଙ୍କ ପ୍ରକାର ଭେଦ, ଜନ୍ମବୃତାନ୍ତ ଓ ଅନ୍ୟ ବୈଜ୍ଞାନିକ ଉପକରଣ ବିଷୟରେ ବୁଝାଇବେ । ଏତଦ୍ବାଦ୍, ବିଶେଷଜ୍ଞଙ୍କୁ ନେଇ ଏକ ଆଲୋଚନା ସଂକ୍ରାନ୍ତ କାର୍ଯ୍ୟକ୍ରମ ବି ହାତକୁ ନିଆଯିବ ।

ଗତବର୍ଷ ଫେବ୍ରୁଆରୀରେ ଏହି ମିନି ଜୁରାସିକ ପାର୍କରନବୀକରଣ କରାଯାଇ ଉଦ୍ଘାଟନ କରାଯାଇଥିଲା । ଏହାର ନାଁ ରହିଛି ଜୀବନ୍ତ ଡାଇନୋସର-ପ୍ରି ହିଷ୍ଟୋରିକ୍ କିଙ୍ଗଡମ୍ । ହେଲେ ଲୋକେ ଏହାକୁ ମିନି ଜୁରାସିକ୍ ପାର୍କ ବା ଡାଇନୋସର ପାର୍କ ବୋଲି କହୁଛନ୍ତି । ଦୈନିକ ଏଠାକୁ ୩ଶହରୁ ଊଦ୍ଧ୍ୱର୍ ପରିଦର୍ଶକ ଆସୁଛନ୍ତି । ଭିତରେ ଥିବା ଡାଇନୋସର ସବୁ ଜୀବନ୍ତ ଲାଗୁଛନ୍ତି ।

ଏବେ ସକାଳେ ଓ ସଂଧ୍ୟାରେ ଦୁଇଟି ସମୟ ଏହା ଖୋଲଯାଉଛି । ସଂଧ୍ୟାରେ ଲାଇଟ୍ ଆଣ୍ଡ ସୋ ଥିବାରୁ ଅଧିକ ପରିଦର୍ଶକ ଆସୁଛନ୍ତି । ଏସଂକ୍ରାନ୍ତରେ କେନ୍ଦ୍ରର ସଂଯୋଜକ କପିଳ ଜୈନ କହିଛନ୍ତି, ଆମେ କେନ୍ଦ୍ରକୁ ଆକର୍ଷଣୀୟ କରିବା ପାଇଁ ଅନେକ ଯୋଜନା କରୁଛୁ । ଗତବର୍ଷ ଆମେ ମିନି ଜୁରାସିକ ପାର୍କର ଲୋକାର୍ପଣ କରିଥିଲୁ, ଏବର୍ଷ ତାର ନବୀକରଣ କରିବାକୁ ଯାଉଛୁ ।