କୂଳଡିହା ଅଭୟାରଣ୍ୟରେ ବନ୍ଧୁକ ସହ ୩ ଶିକାରୀ ଗିରଫ, ମୃତ ଝିଙ୍କ ଓ ବଣୁଆ ମୂଷା ଜବତ

NEWS7
ratan-raajputh-shared-a-video-on-youtube-says-she-jealous-from-other-success

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟରେ ତିନିଜଣ ଶିକାରୀ ଗିରଫ ହୋଇଛନ୍ତି।ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ,ବାରୁଦ,ମୃତ ଝିଙ୍କ ଓ ବଣୁଆ ମୂଷା ଜବତ କରାଯାଇଛି।

ଗିରଫ ଶିକାରୀ ମାନେ ହେଲେ ନୀଳଗିରି ଥାନା ଔପଦା ବ୍ଲକ ଶ୍ୟାମସୁନ୍ଦର ଅଞ୍ଚଳର କଟି ସିଂ, ମଙ୍ଗଲ ସିଂ ଓ କଣ୍ଟାବଣିଆ ଅଞ୍ଚଳର ନାଥ ସିଂ। ଆଜି ଭୋର ସମୟରେ କୁଳଡିହା ଅଭୟାରଣ୍ୟରେ ଗୁଳି ଫୁଟିବା ଶବ୍ଦ ବନ ବିଭାଗ ଶୁଣିବାକୁ ପାଇଥିଲେ। ପରେ ପଞ୍ଚଲିଙ୍ଗେଶ୍ଵର ସେକ୍ସନରେ କାର୍ଯ୍ୟରତ ବନ କର୍ମଚାରୀ ଅଭାୟାରଣ୍ୟରେ ପଶି ଶିକାରୀଙ୍କୁ ଘେରିଥିଲେ। ପରେ ତିନିଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।