ସାଉଥ ଫିଲ୍ମରେ ରାଶି ଖାନ୍ନାଙ୍କ କମ୍‌ବ୍ୟାକ, ପୱନ କଲ୍ୟାଣଙ୍କ ସହ କରିବେ ରୋମାନ୍ସ

Published By : Prameya-News7 Bureau | July 21, 2025 IST

ନୂଆଦିଲ୍ଲୀ ୨୧।୦୭: ତେଲଗୁ ସୁପରଷ୍ଟାର ଓ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏବେ ନିଜର ଅପ୍‌କମିଂ ପ୍ରୋଜେକ୍ଟ ‘ଉସ୍ତାଦ୍‌ ଭଗତ ସିଂହ’ ପାଇଁ ଚର୍ଚ୍ଚାରେ । ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଚାଲୁଛି । ଶ୍ରୀଲୀଲା ଏଥିରେ ମୁଖ୍ୟ ଅଭିନେତ୍ରୀ ଅଛନ୍ତି । 

ତେବେ ଅଭିନେତ୍ରୀ ରାଶି ଖାନ୍ନାଙ୍କୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ସେ ଏଥିରେ ଦ୍ୱିତୀୟ ନାୟିକା ଭୂମିକାରେ ଅଭିନୟ କରିପାରନ୍ତି। ଏପରିକି ସେ ଫିଲ୍ମ ଲାଗି ସୁଟିଂ ଆରମ୍ଭ କରିଦେଇଥିବା ସୂଚନା ମିଳିଛି। ଫିଲ୍ମରେ ପବନ କଲ୍ୟାଣଙ୍କ ସହ ତାଙ୍କର ଅନେକ ରୋମାଣ୍ଟିକ ସିନ୍‌ ରହିବ ବୋଲି କୁହାଯାଉଛି । ଅବଶ୍ୟ ରାଶି ଏ ସଂପର୍କରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ଖବରଟି ସତ ହୋଇଥିଲେ ଦର୍ଶକେ ପ୍ରଥମ ଥର ପାଇଁ ରାଶି ଓ ପୱନଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ । 

ତେବେ ରାଶି କିଛି ବର୍ଷ ହେବ ତେଲୁଗୁ ସିନେମାରୁ ଦୂରରେ ରହିଥିଲେ। ୨୦୨୨ ପରେ ତାଙ୍କର କୌଣସି ତେଲୁଗୁ ଫିଲ୍ମ ରିଲିଜ୍‌ କରିନାହିଁ। ଏବେ ସେ 'ଉସ୍ତାଦ୍‌ ଭଗତ ସିଂହ' ମାଧ୍ୟମରେ ତେଲୁଗୁ ଇଣ୍ଡଷ୍ଟ୍ରିକୁ କମବ୍ୟାକ୍‌ କରୁଛନ୍ତି। ଏହି ଫିଲ୍ମକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି। ଫିଲ୍ମ ସାଇନ୍ କରିବାର ମାତ୍ର ଦୁଇ ଦିନ ପରେ ସେ ସୁଟିଂ ଆରମ୍ଭ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.