LIVE TV

ଅଷ୍ଟ୍ରେଲିଆ ଗସ୍ତ ମଝିରୁ କୁଲଦୀପ ଯାଦବ ଦଳରୁ ରିଲିଜ, ବଡ଼ ନିଷ୍ପତ୍ତି ନେଲା BCCI

NEWS7
rare-winter-snowstorm-paralyses-us-10-dead-over-2100-flights-cancelled

ନୂଆଦିଲ୍ଳୀ: ଭାରତୀୟ ଦଳ ସଂପ୍ରତି ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି। ଭାରତ ରବିବାର ହୋବାର୍ଟରେ ଖେଳା ଯାଇଥିବା ୩ୟ ଟି-୨୦ରେ ଘରୋଇ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟରେ ହରାଇଛି। ସୂର୍ଯ୍ୟ ବ୍ରିଗେଡଙ୍କ ଏହି ବିଜୟ  ପରେ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ନେଇଛି। ରିଷ୍ଟ ବା କଚଟି ସ୍ପିନର କୁଲଦୀପ ଯାଦବ ଏବେ ଅଷ୍ଟ୍ରେଲିଆରେ ଖେଳିବେ ନାହିଁ। ତାଙ୍କୁ ଭାରତ ଟି-୨୦ ଦଳରୁ ରିଲିଜ୍ କରାଯାଇଛି। ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ଟି-୨୦ ଦଳରୁ ମୁକ୍ତ କରାଯାଇଛି। ୩୦ ବର୍ଷୀୟ କୁଲଦୀପଙ୍କୁ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ଦ୍ଵିତୀୟ ଚାରି ଦିବସୀୟ ମ୍ୟାଚ୍ ପାଇଁ ଭାରତୀୟ ଏ ଦଳରେ ସାମିଲ୍ କରାଯାଇଛି।

ବିସିସିଆଇ ନିଜର ପ୍ରେସ ବିବୃତିରେ ଜଣାଇଛି ଯେ, ଭାରତୀୟ ଦଳ ପ୍ରବନ୍ଧକ କୁଲଦୀପ ଯାଦବଙ୍କୁ ଅଷ୍ଟ୍ରେଲିଆରେ ଜାରି ଟି-୨୦ ସିରିଜରୁ ମୁକ୍ତ କରିବାକୁ ଅନୁରୋଧ କରିଛି। ଯଦ୍ଵାରା ସେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ସିରିଜ ଖେଳି ପାରିବେ। ଦ୍ଵିତୀୟ ଚାରି ଦିନିଆ ମ୍ୟାଚ୍ ନଭେମ୍ବର ୬ରୁ ଆରମ୍ଭ  ହେବ। ଏହା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ତେଣୁ ଏହି ସିରିଜରେ ପ୍ରସ୍ତୁତି ପାଇଁ କୁଲଦୀପଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ରିଲିଜ୍ କରାଯାଇଛି। ନଭେମ୍ବର ୧୪ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ କୋଲକାତା ଓ ଦ୍ଵିତୀୟ ମ୍ୟାଚ୍ ଗୌହାଟୀରେ ଖେଳାଯିବ।

ସୂଚନାଯୋଗ୍ୟ, କୁଲଦୀପ ଅଷ୍ଟ୍ରେଲିଆରେ ଦିନିକିଆ ଓ ଟି-୨୦ ମ୍ୟାଚରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୫୦ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଦ୍ଵିତୀୟ ଟି-୨୦ରେ ୪୫ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ହାସଲ କରିଥିଲେ। ପ୍ରଥମ ଟି-୨୦ ବର୍ଷାରେ ଧୋଇ ଯିବାରୁ ଭାରତୀୟ ଦଳକୁ ବୋଲିଂ କରିବାର ସୁଯୋଗ ମିଳି ନ ଥିଲା।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ସିରିଜରେ ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଭାରତୀୟ ଏ ଦଳ ରବିବାର ଭ୍ରମଣକାରୀ ଦଳକୁ ୩ ଓ୍ଵିକେଟରେ ହରାଇଛି। ଭାରତ ଏକୁ ୨୭୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଅନ୍ତିମ ଦିନରେ ଦଳକୁ ୧୬୬ ରନ ଦରକାର ଥିଲା। ପନ୍ତ ୯୦ ରନର ଦମଦାର ଇନିଂସ ଖେଳି ଦଳକୁ ଜିତାଇଛନ୍ତି।