LIVE TV

Share Market: ଲଗାତାର ଷଷ୍ଠ ଦିନରେ ସବୁଜ ସଂକେତରେ ବଜାର ବନ୍ଦ; ନିବେଶକଙ୍କ ଲାଭ 3 ଲକ୍ଷ କୋଟି ଟଙ୍କା

NEWS7
ranbir-kapoor-kiss-with-love-to-alia-bhatt-and-we-spot-malaika-arora-and-arjun-kapoor-kissing

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସୋମବାର ନଭେମ୍ୱର ୧୭ରେ ଲଗାତାର ଷଷ୍ଠ ଦିନରେ ବୃଦ୍ଧି ସହ ବନ୍ଦ ହୋଇଛି । ସେନ୍‌ସେକ୍ସ ୩୮୮ ଅଙ୍କ ବଢି ୮୪,୯୫୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୨୬,୦୦୦ ପଏଣ୍ଟର ଗୁରୁତ୍ୱପୂର୍ଣ୍ଣ ସ୍ତରକୁ ପାର କରିଛି । ଆଜିର ଏହି ବୃଦ୍ଧିରେ ନିବେଶକଙ୍କୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

ବୈଶ୍ୱିକ ବଜାରରେ ମଜଭୁତି ଓ ସେପ୍ଟେମ୍ୱର ତ୍ରୈମାସରେ କମ୍ପାନିଗୁଡ଼ିକର ଭଲ ପରିଣାମ ଯୋଗୁ ଆଜି ସେୟାର ବଜାରରେ ଭୟ କ୍ରୟ ଦେଖିବାକୁ ମିଳିଛି । ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଆଜିର କାରବାରରେ ସବୁଜ ସଂକେତରେ ବନ୍ଦ ହୋଇଛି । ନିଫ୍ଟି ପିଏସୟୁ ବ୍ୟାଙ୍କ ଇଣ୍ଡେକ୍ସ ୧.୦୯ ପ୍ରତିଶତ ବଢି ଟପ୍ ଗେନର୍ ହୋଇଛି । ଏହାପରେ ନିଫ୍ଟି କଞ୍ଜୁମର ଡ୍ୟୁରେବଲ୍ସରେ ୦.୮୩ ପ୍ରତିଶତ ଓ ନିଫ୍ଟି ଫ୍ରାଇଭେଟ୍ ବ୍ୟାଙ୍କରେ ୦.୭୯ ପ୍ରତିଶତ ବୃଦ୍ଧି ହୋଇଛି ।

ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୭୭.୧୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୭୩.୯୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩.୧୬ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୩.୧୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

ବିଏସଇ ସେନସେକ୍ସର ୩୦ ମଧ୍ୟରୁ ୨୦ ସେୟାର ଆଜି ସବୁଜ ସଂକେତରେ ଅର୍ଥାତ୍ ଉପରକୁ ଉଠି ବନ୍ଦ ହୋଇଛି । ଏଥିରେ ଇଟରନାଲ୍ ସେୟାରରେ ୧.୯୪ ପ୍ରତିଶତର ସର୍ବାଧିକ ବୃଦ୍ଧି ହୋଇଛି । ସେପଟେ ସେନସେକ୍ସର ଅନ୍ୟ ୧୦ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଟାଟା ମୋଟର୍ସ ପାସେଞ୍ଜର୍ସ ଭେଇକଲ୍ ସେୟାର ୪.୮୩ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର୍ସ ହୋଇଛି ।