ଆମେରିକା ଭଳି ଭାରତ ଉପରେ ମେକ୍ସିକୋ ଲଗାଇବ ୫୦% ଶୁଳ୍କ, ଟ୍ରମ୍ପଙ୍କୁ ଖୁସି କରିବାକୁ ପ୍ରୟାସ !

NEWS7
ranbeer-wedding-barat-entry-by-sea-plane-in-lake-como

ନୂଆଦିଲ୍ଲୀ: ଆମେରିକା ପରେ ମେକ୍ସିକୋ ଭାରତ ଉପରେ ଉଚ୍ଚ ଶୁଳ୍କ ଲଗାଇବାକୁ ଯାଉଛି । ମେକ୍ସିକୋ ସଂସଦ ବୁଧବାର ଭାରତ ସମେତ ୫ଟି ଏସୀୟ ଦେଶ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଘୋଷଣା କରିଛି। ମୁକ୍ତ ବାଣିଜ୍ୟ ଚୁକ୍ତି ନଥିବା ଦେଶଗୁଡ଼ିକ ଉପରେ ଏହି ଶୁଳ୍କ ଲାଗୁ କରିଛି ମେକ୍ସିକୋ । ଏହି ନୂଆ ଶୁଳ୍କ ୨୦୨୬ରୁ ଲାଗୁ ହେବ ।

ଭାରତ ବ୍ୟତୀତ ଚୀନ୍, ଭାରତ, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ଉପରେ ଅତ୍ୟଧିକ ଟାରିଫ ଲଗାଇବ ମେକ୍ସକୋ । ମେକ୍ସିକୋ ଏହି ଦେଶଗୁଡ଼ିକରୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଆମଦାନୀ କରୁଛି। ୨୦୨୪ ରେ ଏହି ଦେଶଗୁଡ଼ିକରୁ ମେକ୍ସିକୋ ୨୫୩.୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା। ଅତି ଅଧିକ ଆମଦାନୀ ଯୋଗୁଁ ମେକ୍ସିକୋକୁ ପ୍ରାୟ ୨୨୩ ବିଲିୟନ ଡଲାର କ୍ଷତି ହୋଇଥିଲା।

ନୂତନ ଟାରିଫ ନୀତି ଲାଗୁ ହେବା ପରେ କାର, ଅଟୋ ପାର୍ଟସ, ପୋଷାକ ଏବଂ କପଡ଼ା, ପ୍ଲାଷ୍ଟିକ୍ ଉତ୍ପାଦ, ଷ୍ଟିଲ୍ ଏବଂ ଜୋତା ସମେତ ପ୍ରାୟ ୧୪୦୦ ସାମଗ୍ରୀ ମହଙ୍ଗା ହେବ। ଅଧିକାଂଶ ଦେଶ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବ ଏବଂ ଅନ୍ୟ ଦେଶ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବ ମେକ୍ସିକୋ । ୨୦୨୬ରେ USMCA (ଆମେରିକା-ମେକ୍ସିକୋ-କାନାଡା ବାଣିଜ୍ୟ ଚୁକ୍ତିନାମା)ର ସମୀକ୍ଷା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିବା ପାଇଁ ମେକ୍ସିକୋ ଏଭଳି ପଦକ୍ଷେପ ନେଇଛି।

ଚୀନ୍ ସରକାର, ପ୍ରମୁଖ ମେକ୍ସିକୋ ବ୍ୟବସାୟିକ ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକ ଏହି ଶୁଳ୍କକୁ ଏକ ଭୁଲ ପଦକ୍ଷେପ ବୋଲି କହୁଛନ୍ତି। ସେମାନେ କହିଛନ୍ତି ଯେ, ଏହି ଶୁଳ୍କ ମୂଳତଃ ସାଧାରଣ ଗ୍ରାହକଙ୍କ ଉପରେ ଏକ ଅତିରିକ୍ତ ଟିକସ, ଯାହା ଦୈନନ୍ଦିନ ସାମଗ୍ରୀକୁ ମହଙ୍ଗା କରିବ ଏବଂ ମୁଦ୍ରାସ୍ଫୀତିକୁ ଆହୁରି ବଢ଼ାଇବ ।

ଏହି ବିଲ୍କୁ ବିରୋଧ ପରେ, ପ୍ରାୟ ଦୁଇ-ତୃତୀୟାଂଶ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରାଯାଇଥିଲା। ବିଲ୍ଟି ସିନେଟରେ ୭୬ ରୁ ୫ ଭୋଟରେ ଗୃହୀତ ହୋଇଥିଲା, ୩୫ ଜଣ ଭୋଟ୍ ଦେବାରୁ ବିରତ ରହିଥିଲେ। ରାଷ୍ଟ୍ରପତି କ୍ଲାଉଡିଆ ସେନବାମ୍ଙ୍କ ସ୍ୱାକ୍ଷର ପରେ ଏହି ବିଲ୍ ଆଇନରେ ପରିଣତ ହେବ ଏବଂ ୨୦୨୬ ମସିହାରେ କାର୍ଯ୍ୟକାରୀ ହେବ।