କୋରାପୁଟ ଜଙ୍ଗଲରେ ଏବେବି ଚାଲିଛି ଜୋରଦାର ଅପରେସନ, ଡ୍ରୋନ୍ ଦ୍ୱାରା ନଷ୍ଟ କରାଯାଉଛି ଗଞ୍ଜେଇ ଚାଷ

NEWS7
rameshwaram-cafe-accused-planned-blast-at-bjp-office-

ଭୁବନେଶ୍ବର ୨୭।୨: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ଝୋଲାପୁଟ ଜଙ୍ଗଲରୁ କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ । ଡିଜିପି କହିଛନ୍ତି, ଏବେବି କୋରାପୁଟ ଜଙ୍ଗଲରେ ପୋଲିସ ପକ୍ଷରୁ ରେଡ୍ ଚାଲିଛି । ଜୋରଦାର ତଦନ୍ତ ଚାଲିଛି, ମାଷ୍ଟରମାଇଣ୍ଡ ପାଖରେ ପହଁଞ୍ଚିଛୁ । ଗଞ୍ଜେଇ ଧରାପଡ଼ିବା ପରେ ଏବେ ମାଫିଆ ନୂଆ ନୀତି ଆପଣାଇଛନ୍ତି । ଗଞ୍ଜେଇ ଚାଲାଣରେ ପୋଲିସ ବାଧା ସୃଷ୍ଟି କରିବାରୁ ଚୋରା ଚାଲାଣକାରୀ ସେଥିରୁ ତେଲ ବାହାର କରି ଚୋରାଚାଲାଣ କରୁଛନ୍ତି । ଏସବୁକୁ ରୋକିବାକୁ ଜୋରଦାର ଅପରେସନ ଚାଲିଛି । ଡ୍ରୋନ୍ ଦ୍ୱାରା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୧ ଲିଟର ଗଞ୍ଜେଇ ତେଲର ମୂଲ୍ୟ ୧ କେଜି ଗଞ୍ଜେଇ ମୂଲ୍ୟ ଠାରୁ ବହୁ ଅଧିକ । ଗୁରୁବାର ୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ସହ ୫ଶହ କୋଟି ଟଙ୍କାର ଗଞ୍ଜେଇ ଜବତ କରିଥିଲା ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ, CISF କ୍ୟାମ୍ପସରେ ରାତି ରହଣୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ସେପଟେ, ଜଲାପୁଟ ଜଳଭଣ୍ଡାର ମଧ୍ୟରେ ଥିବା ଟାପୁରୁ ତରଳ ଗଞ୍ଜେଇ ଜବତ ହୋଇଥିବା ବେଳେ କେହି ମାଫିଆ କିନ୍ତୁ ଧରାପଡିନଥିଲେ । ପୋଲିସର ଡିଭିଏଫ, ଏପିଆର ସହ ପୋଲିସର ୪ ପ୍ଲାଟୁନ ଟିମ୍ ଆଜି ମଧ୍ୟ ଟାପୁର ବିଭିନ୍ନ ଅଞ୍ଚଳରେ ଛାନଭିନ ଜାରି ରଖିଛି । ପ୍ରୋସେସିଂ ୟୁନିଟ୍ ସ୍ଥଳରେ କିଛି କାଗଜପତ୍ର ମିଳିଛି । ରାଜ୍ୟ ବାହାରୁ ମାଫିଆ ସାମିଲ ରହିଥିବା ଜଣାପଡୁଥିବା ଏସ୍ପି ସୂଚନା ଦେଇଛନ୍ତି । ଖୁବଶୀଘ୍ର ସମସ୍ତ ମାଫିଆଙ୍କ ପର୍ଦ୍ଦାଫାଶ କରି ଗିରଫ କରାଯିବ ବୋଲି ଏସ୍ପି ସୂଚନା ଦେଇଥିଲେ ।