ପଦ୍ମ ପୁରସ୍କାର ୨୦୨୬ର ଘୋଷଣା...୫ ପଦ୍ମ ବିଭୂଷଣ ସମେତ ୧୩୧ ଜଣଙ୍କୁ ମିଳିବ ଏହି ସମ୍ମାନ

NEWS7
ramdas-athawale-agricultural-refirms-law

ନୂଆଦିଲ୍ଲୀ: ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । ମୋଟ ୧୩୧ ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା, ୬ ବିଦେଶୀ ଓ ୧୬ ଜଣଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ପ୍ରଦାନ କରାଯିବ । 

ପଦ୍ମ ବିଭୂଷଣ

ଧର୍ମେନ୍ଦ୍ର ସିଂହ ଦେଓଲ, ମରଣୋତ୍ତର (କଳା, ମହାରାଷ୍ଟ୍ର)

କେ.ଟି.ଥୋମାସ୍ (ଲୋକ କଲ୍ୟାଣ, କେରଳ)

ଏମ୍.ରାଜମ (କଳା, ଉତ୍ତର ପ୍ରଦେଶ)

ପି.ନାରାୟଣମ୍ (ସାହିତ୍ୟ ଓ ଶିକ୍ଷା, କେରଳ)

ଭି.ଏସ୍.ଅଚ୍ୟୁତାନନ୍ଦନ, ମରଣୋତ୍ତର (ଲୋକ କଲ୍ୟାଣ, କେରଳ)

ପଦ୍ମ ଭୂଷଣରେ ସମ୍ମାନିତ ବ୍ୟକ୍ତି

ସୂଚୀରେ ସାହିତ୍ୟ, ଶିକ୍ଷା, ସମାଜସେବା, ଚିକିତ୍ସା, କଳା ଓ ଜନକଲ୍ୟାଣ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଯୋଗଦାନ ପାଇଁ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ଏହି ପୁରସ୍କାର କଳା, ସମାଜସେବା, ଶିଳ୍ପ, ବିଜ୍ଞାନ, ଚିକିତ୍ସା, କ୍ରୀଡା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଏ ।

ସାଧାରଣ ଭାରତୀୟଙ୍କ ଅସାଧାରଣ ଅବଦାନକୁ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି, ଏହି ବର୍ଷର ପଦ୍ମ ପୁରସ୍କାର ସାରା ଦେଶର ଅଗଣିତ, ଲୁଚି ରହିଥିବା ଅଦୃଶ୍ୟ ନାୟକମାନଙ୍କୁ ସ୍ୱୀକୃତି ପ୍ରଦାନ କରୁଛି । ବ୍ୟକ୍ତିଗତ ସଂଘର୍ଷ, କଷ୍ଟ ଏବଂ ଦୁଃଖଦ ପରିସ୍ଥିତି ସତ୍ତ୍ୱେ ଏହି ପ୍ରଖ୍ୟାତ ବ୍ୟକ୍ତିମାନେ କେବଳ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିନଥିଲେ ବରଂ ସମାଜ ସେବାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ । ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ପଛୁଆ ବର୍ଗ, ଦଳିତ ସମ୍ପ୍ରଦାୟ, ଆଦିମ ଜନଜାତି ଏବଂ ଦୁର୍ଗମ, ଅପହଞ୍ଚ ଅଞ୍ଚଳରେ ରହୁଥିବା ନାଗରିକମାନେ ରହିଛନ୍ତି । ଏମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ପରିମଳ ଏବଂ ସ୍ଥାୟୀ ବିକାଶ ଭଳି କ୍ଷେତ୍ରରେ ଅକ୍ଲାନ୍ତ କାର୍ଯ୍ୟ କରି ଦିବ୍ୟାଙ୍ଗ, ମହିଳା, ଶିଶୁ, ଦଳିତ ଏବଂ ଆଦିବାସୀଙ୍କ ସେବା ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି । ସେମାନେ ନୀରବରେ ଏବଂ ବିନା କୌଣସି ପ୍ରଚାରରେ ଭାରତ ମାତାର ସେବାରେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ।