କାଲି ହେବ ରାମ ମନ୍ଦିରର ୨ୟ ପ୍ରାଣ ପ୍ରତିଷ୍ଠା , ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି ପର୍ବ

Published By : Prameya-News7 Bureau | June 04, 2025 IST

ଅଯୋଧ୍ୟା – ରାମ ମନ୍ଦିରର ଭୂତଳ ମହଲାରେ ରାମଲଲାଙ୍କ ରୂପେ ବାଳକ ରାମଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ୨୦୨୪ରେ ହୋଇ ସାରିଛି। ଏବେ ପ୍ରଥମ ମହଲାରେ ରାଜା ରାମ ଭାବେ ତାଙ୍କର ଦରବାରର ପ୍ରତିଷ୍ଠା ହେଉଛି। ପ୍ରାଣ-ପ୍ରତିଷ୍ଠାର ମୁଖ୍ୟ ଉତ୍ସବ ଗଙ୍ଗା ଦଶହରା ଦିନ ୫ଜୁନ ୨୦୨୫ ରେ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନଙ୍କ ବିଗ୍ରହର ନେତ୍ର ଉନ୍ମିଳନ କରି ଆଳତୀ କରିବେ। 

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ମହନ୍ତ ଗୋବିନ୍ଦ ଦେବ ଗିରିଙ୍କର କହିବାନୁସାରେ, ବିଶ୍ୱରେ ମୋଗଲ ଆକ୍ରମଣ ଦ୍ୱାରା ଧ୍ୱଂସ ହୋଇ ଯାଇ ଥିବା ପ୍ରଥମ ମନ୍ଦିର ଭାବେ ରାମ ମନ୍ଦିରର ପୁନର୍ନିର୍ମାଣ ହୋଇଛି। ଏହା ସନାତନ ଧର୍ମାବଲମ୍ୱୀଙ୍କ ପାଇଁ ଗୌରବର ବିଷୟ। ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠାରେ ଦେଶରେ ଖୁସିର ମାହୋଲ ଆସିଛି ଏବଂ ଆମର ବିଶ୍ୱାସ ଯେ , ରାଜା ରାମଙ୍କର ପ୍ରତିଷ୍ଠାରେ ସୁଖ-ଶାନ୍ତି ଓ ସମୃଦ୍ଧି ଆସିବ। ସେ କହିଛନ୍ତି ଯେ , ୫ଜୁନରେ ଅଭିଜିତ ମୁହୂର୍ତ୍ତରେ ପୂର୍ବାହ୍ନ ୧୧ଟାରୁ ୧୨ ଟା ସମୟ ମଧ୍ୟରେ ପ୍ରାଣ ପ୍ରତିଷ୍ଠା କରାଯିବ। ତୀର୍ଥ କ୍ଷେତ୍ର କୋଷାଧ୍ୟକ୍ଷ ମହନ୍ତ କହିଛନ୍ତି ଯେ, ଏହି ମୁହୂର୍ତ୍ତ ବହୁତ ହିଁ ଶୁଭ। 

୫ଜୁନରେ ରାମଙ୍କ ଦରବାର ସହ ଭଗବାନ ଶିବ,ସୂର୍ଯ୍ୟ ନାରାୟାଣ ଦେବ , ଗଣପତି , ମାତା ଭଗବତୀ , ମାଆ ଅନ୍ନପୂର୍ଣ୍ଣା ଓ ହନୁମାନ ଜୀଙ୍କ ବିଗ୍ରହ ବ୍ୟତୀତ ଶେଷାବତାର ମନ୍ଦିରର ମଧ୍ୟ ପ୍ରାଣ ପ୍ରତିଷ୍ଠା ହେବ। ରାମ ଦରବାରରେ ଭଗବାନ ରାମଙ୍କ ସହ ମାତା ଜାନକୀ , ଲକ୍ଷ୍ମଣ , ଭରତ , ଶତ୍ରୁଘ୍ନ ଓ ହନୁମାନ ଜୀଙ୍କର ମୂର୍ତ୍ତୀକୁ ମଧ୍ୟ ବିରାଜିତ କରାଯିବ।

ରାମ ମନ୍ଦିର ନିର୍ମାଣର ପ୍ରଭାରୀ ଗୋପାଳ ରାଓ କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠାର ଉତ୍ସବ ବହୁତ ସୀମିତ। ସେ ସୂଚନା ଦେଇଛନ୍ତି ଯେ, ପ୍ରାଣ-ପ୍ରତିଷ୍ଠାର ତିନି ଦିବସୀୟ ଉତ୍ସବ ସମୟରେ ୫ ଜୁନରେ ପ୍ରାତଃ କାଳ ଶୃଙ୍ଗାର ଆରତୀରୁ ନେଇ ଅପରାହ୍ନ ୩ଟା ସମୟ ଯାଏ ଜାରି ସବୁ ଆରତୀ ଦର୍ଶନ , ବିଶିଷ୍ଟ ଦର୍ଶନ ଓ ସୁଗମ ଦର୍ଶନ ପାସ୍‌ ବାତିଲ କରାଯିବ। ଅପରାହ୍ନ ୩ଟା ପରେ ଦର୍ଶନ ଯଥାରୀତି ଚାଲୁ ରହିବ। ସେ କହିଛନ୍ତି ଯେ ଏମିତି ସୁରକ୍ଷା କାରଣରୁ କରାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.