ଏ.ଆର. ରହମାନଙ୍କୁ ଅନୁପ ଜଲୋଟାଙ୍କ ପ୍ରସ୍ତାବ, ଜାଣନ୍ତୁ କହିଲେ କ’ଣ?

NEWS7
ram-mandir-bomb-threat-email-ram-janmbhoomi-trust-threat

ମୁମ୍ବାଇ ୨୧।୧: ନିକଟରେ ଏ.ଆର.ରହମାନ ଦେଇଥିବା ବୟାନ ଦେଶରେ ବିତର୍କ ସୃଷ୍ଟି କରିଛି। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଥିଲେ ‘ମୁସଲମାନ ହୋଇଥିବା କାରଣରୁ ତାଙ୍କୁ ଇଣ୍ଡଷ୍ଟ୍ରିରେ କମ୍ୟୁନାଲ ଡିସ୍କ୍ରିମିନେସନର ଶିକାର ହେବାକୁ ପଡିଛି ଓ ଗତ ୮ ବର୍ଷ ହେଲା ଇଣ୍ଡଷ୍ଟ୍ରିରେ ତାଙ୍କୁ କାମ ମିଳୁନି’। ତାଙ୍କର ଏହି ବୟାନ ଏବେ ଝଡ଼ ସୃଷ୍ଟି କରିଛି ଓ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖୁଛନ୍ତି। ଏହି କ୍ରମରେ ପ୍ରସିଦ୍ଧ ଭଜନ ଗାୟକ ଅନୁପ ଜଲୋଟା ବୁଧବାର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଆସନ୍ତୁ ଜାଣିବା କହିଛନ୍ତି କ’ଣ?

ଅନୁପ ଜଲୋଟା ତାଙ୍କ ଏକ୍ସ ପୋଷ୍ଟରେ ଏ.ଆର. ରହମାନଙ୍କୁ ପରାମର୍ଶ ଦେବାକୁ ପଛେଇ ନାହାନ୍ତି। ଭିଡିଓରେ ଅନୁପ ଜଲୋଟା କହିଛନ୍ତି ‘ମ୍ୟୁଜିକ୍ ଡାଇରେକ୍ଟର ଏ.ଆର. ରହମାନ ପ୍ରଥମେ ହିନ୍ଦୁ ଥିଲେ, ଏହା ପରେ ସେ ଇସ୍ଲାମ ଧର୍ମ ଆପଣେଇଛନ୍ତି ଓ ଅନେକ କାମ କରିଛନ୍ତି, ଏଥିରେ ତାଙ୍କୁ ଅନେକ ସୁନାମ ମିଳିଥିବାବେଳେ ଲୋକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି।ଏଥିରେ ଯଦି ସେ ଭାବୁଥାନ୍ତି ଆମ ଦେଶରେ ମୁସଲମାନ ହୋଇଥିବା କାରଣରୁ ତାଙ୍କୁ ଫିଲ୍ମ ମିଳୁନି, ତେବେ ସେ ଦ୍ୱିତୀୟବାର ତାଙ୍କ ପୂର୍ବ ଧର୍ମକୁ ଫେରି ଆସୁନ୍ତୁ’।

ଅନୁପ ଜଲୋଟାଙ୍କ ଏହି ଭିଡିଓ ପୋଷ୍ଟିଂ ହେବା ପରେ ଭାଇରାଲ ହୋଇଯାଇଛି। ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ ରହମାନଙ୍କୁ ‘ଘୃଣା’ରେ ଅନ୍ଧ ହୋଇଯାଇଥିବା କହିଥିଲେ। ସେହିପରି ପ୍ଲେବ୍ୟାକ୍ ସିଙ୍ଗର ସାନ ପ୍ରତିକ୍ରିୟା ଦେଇ କହିଥିଲେ କଳାକାରଙ୍କୁ କାମ ନ ମିଳିବା ଧର୍ମ ସହ ସମ୍ପର୍କିତ ନୁହେଁ।

ବିବିସି ଏସିୟା ନେଟୱାର୍କକୁ ରହମାନ ଦେଇଥିବା ସାକ୍ଷାତକାରରେ ତାଙ୍କୁ ବଲିଉଡରେ କାମ ମିଳୁନଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ‘ବୋଧେ ପିଛିଲା ୮ ବର୍ଷରେ ଶାସନରେ ପରିବର୍ତ୍ତନ ଆସିଛି ଓ ଶାସନ ସେହି ଲୋକଙ୍କ ହାତରେ ରହିଛି ଯେଉଁମାନେ ସୃଜନଶୀଳ ନୁହନ୍ତି। ଏହା ଏକ ସାମୁଦାୟୀକ ପ୍ରସଙ୍ଗ ମଧ୍ୟ ହୋଇପାରେ। ହେଲେ ଏହା ସିଧାସଳଖ ମୋ ସାମ୍ନାରେ ନାହିଁ। ତେବେ ଭଲ ହୋଇଛି, ମୁଁ ଏବେ ମୋ ପରିବାର ସହ ଶାନ୍ତିରେ ସମୟ ଅତିବାହିତ କରୁଛି’।