ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତଙ୍କ ଭାଇ, ଗିରଫ କଲା ହାଇଦ୍ରାବାଦ ପୋଲିସ

Published By : Prameya-News7 Bureau | July 16, 2024 IST

ମୁମ୍ଵାଇ ୬।୭ : ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ଭାଇ ଅମନ ପ୍ରୀତ୍‌ ସିଂଙ୍କ ସମେତ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ସୋମବାର ଡ୍ରଗ୍ସ ମାମଲାରେ ଗିରଫ କରିଛି । ତେଲଙ୍ଗାନା ଆଣ୍ଟି-ନାର୍କୋଟିକ୍ସ ଡିପାର୍ଟମେଣ୍ଟ ସେମାନଙ୍କ ନିକଟରୁ ପ୍ରାୟ ୨.୬ କେଜି ଡ୍ରଗ୍ସ ଜବତ କରିଥିଲା । ସେମାନେ ଏହାକୁ ହାଇଦ୍ରାବାଦରେ ବିକ୍ରି ପାଇଁ ଆଣିଥିଲେ । ପୁଲିସ ଟିମ୍‌ ଏହି ଡ୍ରଗ୍‌ ର‌୍ୟାକେଟର ପର୍ଦ୍ଦାଫାସ କରିବା ସହ ଏହି ନିଷିଦ୍ଧ ନିଶାର ୩୦ ଗ୍ରାହକଙ୍କୁ ଚିହ୍ନଟ କରିଥିଲା । ସେମାନଙ୍କ ମଧ୍ୟରେ ଅମତ ପ୍ରୀତ ସିଂ ମଧ୍ୟ ରହିଛନ୍ତି । 

ଗିରଫ ହୋଇଥିବା ଆଉ ୪ ଜଣ ହେଲେ ଅନିକେତ ରେଡ୍ଡୀପ୍ରସାଦମଧୁସୂଦନ ଏବଂ ନିଖିଲ ଦାମନ । ସେମାନଙ୍କ ମୂତ୍ର ପରୀକ୍ଷା ପରେ ସେମାନେ ଡ୍ରଗ୍ସ ସେବନ କରିଥିବା ପୁଲିସ ଜାଣିବାକୁ ପାଇଛି । ୨୦୨୧୨୦୨୨ରେ ଡ୍ରଗ୍ସ ଚାଲାଣ ଏବଂ ସେବନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରକୁଲ ପ୍ରୀତ ସିଂଙ୍କୁ ସମନ କରି ତାଙ୍କ ବୟାନ ରେକର୍ଡ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.