ପବିତ୍ର ରାକ୍ଷୀ ପୂର୍ଣ୍ଣିମା : ନିଆରା ଢଙ୍ଗରେ ଉତ୍ସବ ପାଳିଲେ ସାଂସଦ ଓ ବିଧାୟକ

Published By : Prameya-News7 Bureau | August 09, 2025 IST

ନୀଳଗିରି ୦୯।୦୮ :  ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଗାଁଠୁ ସହର ଉତ୍ସବ ମୁଖର । ଭାଇକୁ ରାକ୍ଷୀ ବାନ୍ଧି ଶୁଭମନାସିବା ସହ ନିଜର ସୁରକ୍ଷା କାମନା କରିଥାନ୍ତି ଭଉଣୀ । ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ଦେବାଳୟରେ ରାକ୍ଷୀ ପୂର୍ଣ୍ଣିମା ରୀତିନୀତିରେ ପାଳନ ହେଉଛି ।ଏହିକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଅବହେଳିତ, ନିଷ୍ପେସିତ ପରିବାରଙ୍କୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଛନ୍ତି । ଆଜି ତାଙ୍କ ବାସଭବନରେ କୁନିକୁନି ଆଦିବାସୀ ପିଲାମାନଙ୍କ ସହିତ ବେଶ କିଛି ସମୟ ବିତାଇବା ସହ ରାକ୍ଷୀ ବାନ୍ଧି ଲଡୁ ଖୁଆଇଛନ୍ତି । ଏହାପରେ ଡାକ୍ତରଖାନାରେ ରୋଗୀଙ୍କୁ, ଜେଲ୍‌ରେ ଅନ୍ତେବାସୀ, ଆଦିବାସୀ ଆଶ୍ରମ ସ୍କୁଲ ସହିତ ବଜାର ବୁଲି ରାକ୍ଷୀ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି ।  

ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୀଳଗିରି ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି । ହସ୍ପିଟାଲରେ ରୋଗ ସହିତ ସଂଘର୍ଷ କରୁଥିବା ରୋଗୀଙ୍କ କଥା ଏହି ଉତ୍ସବରେ ସମସ୍ତେ ଭୁଲିଯାଆନ୍ତି । ହେଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ହସ୍ପିଟାଲ ବୁଲି ବୁଲି ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ରାକ୍ଷୀ ବାନ୍ଧି ଲଡୁ ଖୁଆଇଛନ୍ତି ।ଏହାସହିତ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି । ଖାଲି ବିଧାୟକ ନୁହେଁ ସାଂସଦ ଓ ବିଜେପି ଦଳର କର୍ମୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.