ଘୋଡାଦୌଡ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ : ଭାରତୀୟ ଖେଳାଳିଙ୍କ ସହ ଦୁଷ୍କର୍ମ ଅଭିଯୁକ୍ତ, ଜୋର୍ଡାନ ମାଗିଲା ରିପୋର୍ଟ

NEWS7
rajastan-need-155-runs-to-win-against-delhi

ନୂଆଦିଲ୍ଲୀ,|୧: ଦେହରେ ଲାଗିଛି କଳଙ୍କର ଛିଟା । ଦୁଇ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇ ବେଲରେ ଆସିଛନ୍ତି । ତଥାପି ଭାରତୀୟ ଟିମ୍ ସହ ବିମାନରେ ଯାତ୍ରା କରିଛନ୍ତି । ଘୋଡା ଦୌଡ ଖେଳକୁ ନେଇ ଗଠିତ କମିଟିର ଜଣେ ସଦସ୍ୟଙ୍କ ଭାରତୀୟ ଟିମ୍ ସହ ଗସ୍ତକୁ ନେଇ ବିବାଦ ବଢିଛି । ସଦସ୍ୟ ଜଣଙ୍କ ଦୁଇ ଜଣ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଯାଇଥିଲେ । ତଥାପି ଜୋର୍ଡାନରେ ଆୟୋଜିତ ହେବାକୁ ଥିବା ଘୋଡାଦୌଡ ବିଶ୍ୱକପ୍ କ୍ୱାଲିଫାୟର ପାଇଁ ସେ ଦଳ ସହ ଗସ୍ତ କରିଛନ୍ତି ।

ରିପୋର୍ଟ ଅନୁସାରେ, ଟେଣ୍ଟ୍ ପେଗିଂ ବା ଘୋଡା ଦୌଡ ବିଶ୍ୱକପ୍ ପ୍ରତିଯୋଗୀତାର କ୍ୱାଲିଫାୟାର ପାଇଁ ବିଶ୍ୱର ଅନେକ ଦଳ ଜୋର୍ଡାନରେ ଅଛନ୍ତି । ଭାରତ ମଧ୍ୟ ନିଜ ଟିମ୍ ପଠାଇଛି । ତେବେ ଏହି ଟିମ ସହ ଜୋର୍ଡାନ ଗସ୍ତ କରିଥିଲେ ରିଟାୟର୍ଡ କଲୋନିଏଲ ତାରସେମ୍ ସିଂ ଓ୍ୱାରିଚ୍। ସେ ଟେଣ୍ଟ୍ ପେଗିଂ ବୋର୍ଡର ସଦସ୍ୟ ରହିଛନ୍ତି । ତେବେ ତାଙ୍କ ଉପସ୍ଥିତି ନେଇ ଜଣେ ଛାତ୍ରୀଙ୍କ ଅଭିଭାବକ ଟେଣ୍ଟ୍ ବେଗିଂର ଅନ୍ତର୍ଜାତୀୟ କମିଟଟିକୁ ଚିଠି ଲେଖିଥିଲେ । ଯାହାକୁ ନେଇ ଅନ୍ତର୍ଜାତୀୟ କମିଟି ପ୍ରଶ୍ନ ଉଠାଇବା ସହ ଘଟଣାର ରିପୋର୍ଟ ମାଗିଛି ।

ତାରସେମ୍ ସିଂ ଏବେଜାମିନରେ ଅଛନ୍ତି । ତାଙ୍କ ଭାଇ ବୋହୂଙ୍କୁ କ୍ୟାନ୍ସର କାରଣରୁଜାମିନପ୍ରଦାନ କରିଛନ୍ତି କୋର୍ଟ । ତଥାପି ସେଜଣିଆ ଟିମ୍ ସହ ଜୋର୍ଡାନ ଗସ୍ତ କରିଥିଲେ ।ଯେଉଁ ଟିମରେ ଦୁଇ ମହିଳା ରହିଥିଲେ । ତାରସେମଙ୍କୁ ଦଳରେ କୋଚ୍ ତଥା ମ୍ୟାନେଜର ପଦ ମିଳିଛି । ଏହାକୁ ନେଇ ବିରୋଧ ମଧ୍ୟ କରାଯାଇଛି । ଏପରିକି ନିଯୁକ୍ତି ବାବଦରେ କିଛି ଜାଣିନଥିବା ଘୋଡା ଦୌଡ ବୋର୍ଡର ସାଧାରଣ ସମ୍ପାଦକ ଜୟବୀର ସିଂ କହିଛନ୍ତି ।

ସବୁଠି ଅବ୍ୟବସ୍ଥା

କୁହାଯାଉଛି ଯେ, ଟିମ୍ କୁ ଜୋର୍ଡାନ ପଠାଇବା ପୂର୍ବରୁ ଫେଡେରେସନ ସହ ଆଲୋଚନା ହୋଇନାହିଁ । ଏହାସହ ଦିଲ୍ଲୀ ଏବଂ ହରିୟାଣାର ଖେଳାଳି ଟ୍ରାଏଲରେ ସାମିଲ ହୋଇ ନାହାଁନ୍ତି । ଜାନୁଆରୀ ୨୯ରୁ ଆମ୍ଭ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟ୩୧ତାରିଖ ଯାଏଁ ଚାଲିବ । ଏଥିରେ ଭାରତ ସହ ଆଲଜେରିଆ, ଜର୍ମାନୀ, କୁଏତ, ନରଓ୍ୱେ, ସାଉଦି ଆରବ ଭଳି ଦଳ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ଓ୍ୱାରିଚଙ୍କ ବିରୋଧରେ ବିଏନଏସର ଧାରା ୩୨୩,୩୫୪ଏ, ୫୧୧୩୭୬ ଆଧାରରେ ମାମଲା ଲାଗିଛି । ତାଙ୍କୁ ସୋନିପତ ପୋଲିସ ଗିରଫ କରିଥିଲା । ପରେ ସେସନ କୋର୍ଟଜାମିନପ୍ରଦାନ କରିଥିଲେ ।