ରାୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ଟ୍ରେଲର ମଧ୍ୟରେ ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | May 12, 2025 IST

ରାୟପୁର ୧୨/୦୫: ଛତିଶଗଡ ରାୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ମିନି ଟ୍ରକ୍- ଓ ଟ୍ରେଲର ଧକ୍କା ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ୪ଜଣ ଶିଶୁ ସମେତ ୯ ଜଣ ମହିଳା ଅଛନ୍ତି । ଫ୍ୟାମିଲି ଫଙ୍କସନ୍‌ରୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଛି ।


ଏହି ଲୋକମାନେ ବାନା ବନାରସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ରାୟପୁର ଏସପି ଲାଲ ଉମ୍ମେଦ ସିଂହ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ରାୟପୁର ଏସ୍ ପି ଲାଲ ଉମ୍ମେଦ ସିଂହ କହିଛନ୍ତି, "ଚତୌଡ ଗାଁର କିଛି ଲୋକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବନସାରି ଗାଁକୁ ଯାଇଥିଲେ। 

କାର୍ଯ୍ୟକ୍ରମ ସରିବା ପରେ ସେମାନେ ଫେରୁଥିଲେ। ଏହି ସମୟରେ ରାୟପୁର-ବାଲୋଦାବଜାର ରାସ୍ତା ନିକଟରେ ଦୁର୍ଘଟଣା ଘଟିଥିଲା। ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.