ଆସନ୍ତା ୩ ଦିନ ଯାଏଁ ଅସହ୍ୟ ତାତିରୁ ନିସ୍ତାର ନାହିଁ, ୧୬ରୁ ବର୍ଷା ସମ୍ଭାବନା

Published By : Prameya-News7 Bureau | June 07, 2025 IST

ଭୁବନେଶ୍ବର ୭ବ୍ରେକ୍ ମନସୁନର ପ୍ରଭାବ ଏବେ ରାଜ୍ୟ ଉପରେ । ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗରମ ଗୁଳୁଗୁଳି । ଆସନ୍ତା ୩ ଦିନ ଯାଏଁ ଅସହ୍ୟ ତାତିରୁ ନିସ୍ତାର ନାହିଁ । ବିଭିନ୍ନ ସ୍ଥାନରେ ହିଟ୍‌ ୱେଭ୍ ସ୍ଥିତି ଉପୁଜିପାରେ । ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଅଧିକ ଗୁଳୁଗୁଳି ଅନୁଭୂତ ହେବ । ଏଥିସହ ଉଷ୍ମ ଆଦ୍ରତା ସ୍ଥିତି ଅନୁଭୂତ ହେବ । ଏନେଇ ଏ ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ହାଲକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ଝଟକା ପବନ ମଧ୍ୟ ଅନୁଭୂତ ହେବ । ଏନେଇ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ଝଟକା ପବନ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ରହିବ । ରବିବାର ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି । 

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୯ରୁ ପବନର ଦିଗ ବଦଳିବ । ପାଗରେ ପରିବର୍ତ୍ତନ ଆସିବ ।  ୧୦ ତାରିଖରେ ଉପକୂଳ ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ । ୧୧ରୁ ତାପମାତ୍ରା କମିବ । ୧୨ରୁ ତାପମାତ୍ରା ପ୍ରାୟ କମି ଯାଇପାରେ । ୧୩ରୁ ସାରା ଓଡ଼ିଶାରେ ତାପମାତ୍ରା କମିଯିବ । ୩୨-୩୩ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ରହିବ ।  ମଡେଲ ଅନୁସାରେ ୧୧-୧୩ ଯାଏଁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ୧୫ ତାରିଖ ରାତିରୁ ବର୍ଷା ବଢ଼ିବ । ୧୬/୧୭ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଲଘୁଚାପର ରୂପ ମଧ୍ୟ ନେଇପାରେ । ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ହେବ । ବର୍ତ୍ତମାନ ୱେଷ୍ଟ ବେଙ୍ଗଲରୁ ଝାଡ଼ଖଣ୍ଡ ଦେଇ ଦକ୍ଷିଣ ଓଡ଼ିଶାରେ ଏକ ଟ୍ରପ୍ ଲାଇନ୍ ଥିବାରୁ ଏହା ପ୍ରଭାବରେ ଅପରାହ୍ନରେ ବର୍ଷା ହୋଇପାରେ । ଶନିବାର ଏବଂ ରବିବାର ହିଁ କେବଳ ଖରାର ପ୍ରକୋପ ରହିବ । ଧିରେ ଧିରେ ୧୦ରୁ ପାଗ ବଦଳିବ । 

You Can Read:

ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରଓ୍ବାଲ ଏବଂ ପତ୍ନୀଙ୍କୁ ମୁହାଁମୁହିଁ ଜେରା, ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପ୍ରଶ୍ନ ପଚାରିଲା SIT

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.