ଦଶାହ ଭୋଜିରୁ ଫେରୁଥିଲେ, ଅଧାରାସ୍ତାରେ ଚାଲିଗଲା ଜୀବନ

NEWS7
rain-alert-in-odisha-from-27-april

ବୋରିଗୁମ୍ମା ୨୬।୦୧ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିଲିଗୁଡ଼ା ନିକଟରେ ଦୁର୍ଘଟଣା । ପୋଖରୀ ଭିତରକୁ ଖସିଗଲା ବୋଲେରୋ । ଯେଉଁଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଆଉଁଳି ଗାଁର ଗଣେଷ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଚମ୍ପିଆ ଗାଁରେ କିଛି ଲୋକ ଏକାଠି ହୋଇ ବୋଲେରୋରେ ଉମରକୋଟ ନିକଟସ୍ଥ ମିଣ୍ଡରା ଗାଁକୁ ଏକ ଦଶାହ କାର୍ଯ୍ୟ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଲୋକଙ୍କୁ ଛାଡ଼ି ଗାଁ ଡ୍ରାଇଭର ଗଣେଷ ଗାଡ଼ି ନେଇ ନିଜ ଗାଁ ଆଉଁଳିକୁ ଫେରୁଥିଲେ । ହେଲେ ନିଲିଗୁଡ଼ା ନିକଟରେ ଗାଡ଼ିଟି ଭାରାସାମ୍ୟ ହରାଇ ପୋଖରୀ ଭିତରକୁ ଖସି ପଡିଥିଲା । ଯାହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ, ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ । ସମସ୍ତ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡ଼ିକୁ ଉଦ୍ଧାର କରିଥିଲେ । ଦୀର୍ଘ ୫ ଘଣ୍ଟାର ରେସ୍କ୍ୟୁ ଅପରେସନ ସଫଳ ହୋଇଥିଲା । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଗାଡ଼ି ଭିତରେ ଫସି ଥିବା ଡ୍ରାଇଭରର ମୃତ୍ୟୁ ହୋଇସାରିଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବୋରିଗୁମ୍ମା ମେଡିକାଲକୁ ପଠାଇଛି ।