ଚନ୍ଦୌଲୀ ୯।୮: ଭାରତୀୟ ରେଳ ଟ୍ରେନ ସଞ୍ଚାଳନରେ ଏକ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। ଏହି ଐତିହାସିକ ଉପଲବ୍ଧି ପୂର୍ବ-ମଧ୍ୟ ରେଳ ଦିନଦୟାଲ ଉପାଧ୍ୟାୟ(ଡିଡିୟୁ) ମଣ୍ଡଳ ଗୁଡସ ଟ୍ରେନ ସଞ୍ଚାଳରେ ହାସଲ କରିଛି। ଡିଡିୟୁ ମଣ୍ଡଳ ଏସିୟାର ଦୀର୍ଘତମ (୪.୫ କିମି) ‘ରୁଦ୍ରାସ୍ତ୍ର’ ନାମକ ମାଲଗାଡ଼ିକୁ ଗୁରୁବାର ଏଠାରୁ ସଫଳତା ପୂର୍ବକ ସଞ୍ଚାଳନ କରିଛି। ଏବେ ପଣ୍ୟର ତ୍ୱରିତ ଲୋଡିଂ ଓ ଟ୍ରାନ୍ସପୋର୍ଟେସନ ନିମନ୍ତେ ଡିଡିୟୁ ମଣ୍ଡଳରୁ ଧାନବାଦ ମଣ୍ଡଳ ପର୍ଯ୍ୟନ୍ତ ମାଲଗାଡ଼ି ପଠାଯିବ।
ଏହା ଦ୍ୱାରା କୋଇଲା ଓ ଅନ୍ୟ ମାଲ ପରିବହନ ସୁଗମ ହେବା ସହ ସମୟ ମଧ୍ୟ ବଞ୍ଚିବ। ଡିଡିୟୁ ମଣ୍ଡଳର ଡିଭିଜନାଲ ରେଲୱେ ମ୍ୟାନେଜର ଉଦୟ ସିଂହ ମିଣା କହିଛନ୍ତି ଯେ ଏହା ଏକ ନୂଆ ପ୍ରୟୋଗ। ଏହା ଦ୍ୱାରା ମାଲ ଲୋଡିଂ ଓ ପରିବହନ ଦ୍ରୁତତର ହେବ। ଏହା ଦ୍ୱାରା ନା କେବଳ ସଂସାଧନର ସଞ୍ଚୟ ହେବ ବରଂ ସମୟ ମଧ୍ୟ କମ୍ ଲାଗିବ। ଏହା ଦ୍ୱାରା ଭାରତୀୟ ରେଲୱେର ଲାଭ ହେବ। ରେଲୱେ ରେକର୍ଡ ଅନୁସାରେ ରୁଦ୍ରାସ୍ତ୍ର ମାଲଗାଡ଼ି ଏସିୟାର ଦୀର୍ଘତମ ରେଳ ଗାଡ଼ି।
#WATCH | Chandauli, Uttar Pradesh | For the first time in the entire Indian Railways, Pandit Deen Dayal Upadhyay Division ran 4.5 km long 'Rudrastra', a 354 wagon freight train made by joining 6 box rakes together, was run by 7 engines.
— ANI (@ANI) August 9, 2025
'Rudrastra' was successfully run from… pic.twitter.com/tk83MgfU7F
ଗତ ଗୁରୁବାର ଏହି ଦୀର୍ଘତମ ଗୁଡସ୍ ଟ୍ରେନକୁ ଚନ୍ଦୌଲୀର ଗଞ୍ଜ ଖ୍ୱାଜା ରେଳ ଷ୍ଟେସନରୁ ଝାଡଖଣ୍ଡର ଗଡୱା ଷ୍ଟେସନ କୁ ଚଳାଯାଇଥିଲା। ଏହି ଟ୍ରେନ ଦୁଇ ଷ୍ଟେସନ ମଧ୍ୟରେ ୨୦୯ କିଲୋମିଟର ଦୂରତାକୁ ୫ଘଣ୍ଟା ୧୦ ମିନିଟରେ ଅତିକ୍ରମ କରିଥିଲା। ସନ୍ଧ୍ୟା ସାଢେ ୭ଟା ବେଳେ ଗଡୱା ରୋଡ ରେଳ ଷ୍ଟେସନକୁ ପହଞ୍ଚିବା ପରେ ଏହାକୁ ଧାନବାଦ ମଣ୍ଡଳକୁ ପ୍ରବେଶ ମିଳିଥିଲା। ଏହାର ଘଣ୍ଟାପ୍ରତି ହାରାହାରି ବେଗ ୪୦-୫୦ କିଲୋମିଟର ଥିଲା। ଏହି ମାଲଗାଡ଼ିରେ ୩୫୪ଟି ବଗିଥିଲା।
ପୂର୍ବ ମଧ୍ୟ ରେଳବାଇରେ ମୋଟ ୫ଟି ମଣ୍ଡଳ ରହିଛି। ଏଗୁଡିକ ହେଲା ଡିଡିୟୁ, ଧାନବାଦ, ଦାନାପୁର, ସମସ୍ତିପୁର ଓ ସୋନପୁର। ଏଥିରୁ ଧାନବାଦ ମଣ୍ଡଳରେ ପୂର୍ବ-ମଧ୍ୟ ରେଳରକ ୯୦% ଲୋଡିଂ ହୋଇଥାଏ। ଡିଡିୟୁ ମଣ୍ଡଳ ଖାଲି ମାଲଗାଡିଗୁଡିକର ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ କରିଥାଏ। ଏହା ପରେ ଭଲ ମାଲଗାଡିଗୁଡିକୁ ଧାନବାଦ ମଣ୍ଡଳକୁ ପଠାଯାଇଥାଏ। ଫଳରେ ସେଠାରେ ମାଲ ଲୋଡିଂ ଲାଗି ଖୁବ୍ ଶୀଘ୍ର ମାଲଗାଡ଼ି ଉପଲବ୍ଧ ହୋଇ ପାରିଥାଏ।