ରେଳ ବିଭାଗ କହୁଛି ଅସ୍ବାଭାବିକ ମୃତ୍ୟୁ, ପରିବାର ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | June 11, 2025 IST

NEWS UPDATE

କଟକ ୧୧ଚାରବାଟିଆ ଲେବଲକ୍ରସିଂ ନିକଟରୁ ମିଳିଥିବା ରେଳ କର୍ମଚାରୀଙ୍କ ମୃତଦେହକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯେଉଁ ଅବସ୍ଥାରେ ମୃତଦେହ ଜବତ ହୋଇଛି, ତାହା ଏକ ଅସ୍ୱାଭାବିକ ମୃତ୍ୟୁ ବୋଲି ରେଳ ବିଭାଗ ପକ୍ଷରୁ କେବଳ ଏକ ସୂଚନା ଦିଆଯାଇଛି । ହେଲେ ପରିବାରବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । 

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାସିନ୍ଦା ସନ୍ଦୀପ ପଣ୍ଡା ରେଳ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାରବାଟିଆ ଲେବଲ କ୍ରସିଂକୁ ପରିଚାଳନା କରିବା ଥିଲା ତାଙ୍କର ଦାୟିତ୍ୱ । ତେବେ ମଙ୍ଗଳବାର ରାତିରେ ସେ ଘରକୁ ଫେରି ନଥିଲେ । ଯାହାକୁ ନେଇ ଘର ଲୋକ ସନ୍ଦେହରେ ଖୋଜିବା ଆରମ୍ଭ କରିଥିଲେ । ଏହା ଭିତରେ ରେଳ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ମୃତ ସନ୍ଦୀପଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । କିନ୍ତୁ ଯେଉଁ ଅବସ୍ଥାରେ ତାଙ୍କର ମରଶରୀରକୁ ଉଦ୍ଧାର କରାଯାଇଛି, ତାହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

You Can Read:

ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.