ଚୀନରେ ରେଳ ବ୍ରିଜ୍ ଭୁଶୁଡିଲା ୧୨ ଶ୍ରମିକ ମୃତ, ନିଖୋଜ ଲୋକଙ୍କୁ ଖୋଜୁଛି ରୋବର୍ଟ

Published By : Prameya-News7 Bureau | August 24, 2025 IST

ନୂଆଦିଲ୍ଲୀ ୨୪।୦୮; ଚୀନରେ ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ପଡ଼ିଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ପୋଲ ଚୀନର ଏକ ପ୍ରମୁଖ ନଦୀ ଉପରେ ନିର୍ମାଣ କରାଯାଉଛି । ଶୁକ୍ରବାର ସକାଳେ ନିର୍ମାଣାଧୀନ ପୋଲର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଚାରି ଜଣ ଶ୍ରମିକ ନିଖୋଜ ଅଛନ୍ତି । ଚୀନ୍ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି ଯେ, ଦୁର୍ଘଟଣା ସମୟରେ ପୋଲ ଉପରେ କେବଳ ୧୬ ଜଣ ଲୋକ ଥିଲେ । ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତଦେହ ମିଳିଛି । ବାକି ଚାରି ଜଣଙ୍କ ବଞ୍ଚିବାର ଆଶା ବହୁତ କମ୍ ବୋଲି ଆଶଙ୍କା କରାଯାଉଛି। 

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଡ୍ରୋନ୍‌ ବ୍ୟବହାର କରାଯାଉଛି । ଦୁର୍ଘଟଣା ସ୍ଥଳର ଫଟୋ ପୋଲିସ ସେୟାର କରିଛି । ଏହି ଫଟୋଗୁଡ଼ିକରେ, ସେତୁର ମଧ୍ୟଭାଗର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ପୋଲର ଉଭୟ ପାର୍ଶ୍ୱ ଝୁଲି ରହିଛି । ଶୁକ୍ରବାର ଭୋର ୩ଟାରେ ଉତ୍ତର-ପଶ୍ଚିମ ଚୀନର କିଙ୍ଗହାଇ ପ୍ରଦେଶରେ ଏହି ସେତୁ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପୋଲ ଉପରେ ଥିବା ୧୬ ଜଣ ଶ୍ରମିକ ନଦୀକୁ ଖସିପଡ଼ିଥିଲେ । ଏହା ପରେ, ଶ୍ରମିକମାନଙ୍କୁ ଖୋଜିବା ପାଇଁ ହେଲିକପ୍ଟର ଏବଂ କ୍ରେନ୍‌ ସହ ଡ୍ରୋନ ବ୍ୟବହାର କରାଯାଇଥିଲା । 

ଚୀନ୍‌ରେ ଦୁର୍ଘଟଣାର ଶିକାର ହୋଇଥିବା ସେତୁଟି ୧.୬ କିଲୋମିଟର ଲମ୍ବା । ଏହା ନଦୀ ପୃଷ୍ଠରୁ ୧୮୦ ଫୁଟ ଉଚ୍ଚ । ବଡ଼ ସେତୁ ନିର୍ମାଣ ପାଇଁ ଚୀନ୍‌ ସାରା ବିଶ୍ୱରେ ପ୍ରସିଦ୍ଧ । ଚୀନ୍‌ର ଇଞ୍ଜିନିୟରମାନେ ଏପରି ଅନେକ ସେତୁ ନିର୍ମାଣ କରିଛନ୍ତି । ସାରା ବିଶ୍ୱରେ ଏସବୁ ବ୍ରିଜ୍‌ର ସ୍ୱତନ୍ତ୍ର ପରିଚୟ ରହିଛି । ବିଶ୍ୱର ସବୁଠାରୁ ଉଚ୍ଚ ଏବଂ ଲମ୍ବା ସେତୁ ନିର୍ମାଣ କରିବାର ରେକର୍ଡ ମଧ୍ୟ ଚୀନ୍‌ର ପାଖରେ ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.